Categories: ଜାତୀୟ

ପାର୍ଲାମେଣ୍ଟ ଆଗରେ ଏମ୍‌ପି ରାଘବ ଚଢାଙ୍କ ମୁଣ୍ଡକୁ ଖୁମ୍ପିଦେଲା କାଉ: ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୬।୭: ମୌସୁମୀ ଅଧିବେଶନରେ ଭାଗ ନେବାକୁ ପାର୍ଲାମେଣ୍ଟ ଭବନକୁ ଆସୁଥିବାବେଳେ ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କୁ କାଉ ଖୁମ୍ପି ଦେଇଛି। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ଯେ, ରାଘବ କାଉ ଆକ୍ରମଣରୁ ନିଜକୁ ରକ୍ଷା କରୁଛନ୍ତି। ଏଥିରେ ତାଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି। ଘଟଣାବେଳେ ରାଘବ ଫୋନରେ କଥା ହେଉଥିଲେ। ହଠାତ୍‌ ଉପରୁ ଏକ କାଉ ଆସି ତାଙ୍କ ମୁଣ୍ଡକୁ ଖୁମ୍ପି ଦେଇଥିଲା। ରାଘବ ଆଶ୍ଚର୍ଯ୍ୟ ହୋଇ ତଳକୁ ମୁଣ୍ଡ ନୁଆଁଇ ଦେଇଥିଲେ। ଫଟୋ ଭାଇରାଲ ପରେ ସୋସିଆଲ ମିଡିଆରେ ୟୁଜର୍ସ ରାଘବଙ୍କୁ ଟ୍ରୋଲ କରୁଛନ୍ତି।

Share