ନୂଆଦିଲ୍ଲୀ,୨୪।୫: ଏଏପି ନେତା ସଞ୍ଜୟ ସିଂଙ୍କ ସମ୍ପର୍କୀୟଙ୍କ ଘରେ ବୁଧବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ପକ୍ଷରୁ ଚଢାଉ କରାଯାଇଛି । ଏହି ସମୟରେ ସଞ୍ଜୟ ସିଂ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ଅନ୍ୟ ଦଳର ନେତାଙ୍କୁ ଭେଟିବାକୁ ଦିଲ୍ଲୀ ବାହାରିଛନ୍ତି।
ସଞ୍ଜୟ ସିଂ ଟୁଇଟ କରି ଲେଖିଛନ୍ତି, ମୋଦିଙ୍କ ଦାଦାଗିରି ଚରମସୀମାରେ ପହଞ୍ଚିଛି। ମୁଁ ମୋଦିଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ଲଢୁଛି। ଇଡିର ନକଲି ଅନୁସନ୍ଧାନ ସମଗ୍ର ଦେଶ ସାମ୍ନାରେ ପ୍ରକାଶ ପାଇଛି। ଇଡି ନିଜର ଭୁଲକୁ ଗ୍ରହଣ କରିଛି। ଯେତେବେଳେ କିଛି ମିଳିଲା ନାହିଁ, ଆଜି ଇଡି ମୋର ସହକର୍ମୀ ଅଜିତ ତ୍ୟାଗି ଏବଂ ସର୍ବେଶ ମିଶ୍ରାଙ୍କ ଘରେ ଚଢାଉ କରିଛି।