ନୂଆଦିଲ୍ଲୀ,୧୨।୧: ୨୧ ବର୍ଷ ପୁରୁଣା ଏକ ମାମଲାରେ ସୁଲତାନପୁରର ଏକ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଏମ୍ପି ସଞ୍ଜୟ ସିଂ ଏବଂ ପୂର୍ବତନ ସମାଜବାଦୀ ପାର୍ଟିର ବିଧାୟକ ଅନୁପ ସାଣ୍ଡାଙ୍କ ସମେତ ଅନ୍ୟ ୫ ଜଣଙ୍କୁ ତିନି ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ତାଙ୍କ ଉପରେ ୧୫୦୦ ଟଙ୍କା ଜୋରିମନା ମଧ୍ୟ ଦେଇଛନ୍ତି। ଏମ୍ପି-ବିଧାୟକ କୋର୍ଟ ଏକ ୨୧ ବର୍ଷ ପୁରୁଣା ମାମଲାରେ ଏହି ରାୟ ପ୍ରଦାନ କରିଛନ୍ତି। ଜୁନ ୧୯, ୨୦୦୧ରେ ଏହି ମାମଲା ରୁଜୁ ହୋଇଥିଲା।
ପୋଲିସର ସୂଚନାନୁସାରେ, ରାଜନାଥ ସିଂଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶରେ ତତ୍କାଳୀନ ଭାଜପା ସରକାର ବିରୋଧରେ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ସୁଲତାନପୁର ସହରରେ ୨୦୦୧ରେ ଆମ ଆଦମୀ ଦଳର ଜାତୀୟ ମୁଖପାତ୍ର ତଥା ବର୍ତ୍ତମାନର ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂ ୩୬ ଘଣ୍ଟା ବିଦ୍ୟୁତ ଓ ଜଳ ସମସ୍ୟା ନେଇ ଏକ ଆନ୍ଦୋଳନ ଆୟୋଜନ କରିଥିଲେ। ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଥିଲା।