ନୂଆଦିଲ୍ଲୀ,୨୯ ।୮: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) ଦେଶ ସ୍ୱାଧିିନତାର ୭୫ ବର୍ଷ ପୁତ୍ତି ଉପଲକ୍ଷେ ଅଯୋଧ୍ୟା, ଲକ୍ଷ୍ନୌ ଓ ନଏଡାରେ ତ୍ରିରଙ୍ଗା ଯାତ୍ରା ବାହାର କରିବାକୁ ସଜବାଜ ହେଲାଣି । ଦଳର ସୂଚନା ଅନୁଯାୟୀ, ଏହି ଯାତ୍ରା ରାମମନ୍ଦିରରେ କିଛି ସମୟ ରହିବ । ଏହି ଯାତ୍ରା ସେପ୍ଟେମ୍ବର ମଧ୍ୟ ଭାଗରେ ବାହାରିବ । ଏଏପି ନେତା ସଞ୍ଜୟ ସିଂ କହିଛନ୍ତି, ଏଏପି ରବିବାର ଆଗ୍ରାରେ ଓ ସେପ୍ଟେମ୍ବର ୧ରେ ନଏଡାରେ ତ୍ରିରଙ୍ଗା ପହଞ୍ଚିବ । ଏହାକୁ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି ଦଳର ନେତାମାନେ କହିଛନ୍ତି ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ କରୁଛି ତେଣୁ ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଜାତିବାଦ ଓ ଭ୍ରଷ୍ଟାଚାର ରାଜନୀତି ବିରୋଧରେ ଏକାଠି ହେବା ।