ଅହମଦାବାଦ,୩୧ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇବା ଅଭିଯୋଗରେ ୮ ଏଏପି କର୍ମୀଙ୍କୁ ପୋଲିସ ଗିରଫ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷେ ଭାଜପା ଏକଚ୍ଛତ୍ରବାଦୀ ଶାସନ ଚଳାଇଥିବା ଗୁଜରାଟ ଏଏପି ସଭାପତି ଇସୁଦାନ ଗାଧ୍ଭି ଅଭିଯୋଗ କରିଛନ୍ତି।
ଆମ୍ ଆଦ୍ମୀ ପାର୍ଟି (ଏଏପି) ପକ୍ଷରୁ ଦେଶବ୍ୟାପୀ ‘ମୋଦି ହଟାଓ, ଦେଶ ବଚାଓ’ ପୋଷ୍ଟର ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଅହମଦାବାଦର ବିଭିନ୍ନ ସ୍ଥାନରେ ଏଏପି ପକ୍ଷରୁ ପୋଷ୍ଟର ଲାଗାଯାଇଛି। ପୋଷ୍ଟର ଅଭିଯାନ ଆରମ୍ଭ ପରେ ୮ଜଣ ଏଏପି କର୍ମୀ ଗିରଫ ହୋଇଛନ୍ତି।