୧୫୦ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଏଏପି…

ଲକ୍ଷ୍ନୌ, ୧୬।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ପକ୍ଷରୁ ୧୫୦ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଉତ୍ତରପ୍ରଦେଶ ପ୍ରଭାରୀ ଏବଂ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ଲକ୍ଷ୍ନୌରେ ରବିବାର ଏକ ଗଣମାଧ୍ୟମ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ପ୍ରାର୍ଥୀଙ୍କ ମଧ୍ୟରେ ୮ଏମ୍‌ବିଏ, ୩୮ ପୋଷ୍ଟ୍‌ ଗ୍ରାଜୁଏଟ୍‌, ୪ ଡାକ୍ତର, ୮ପିଏଚ୍‌ଡି, ୭ ଇଞ୍ଜିନିୟର ରହିଛନ୍ତି। ଏହା ସହିତ ୮ ବିଇଡି, ୩୯ ଗ୍ରାଜୁଏଟ୍‌, ୬ ଡିପ୍ଲୋମା ପ୍ରାର୍ଥୀ ମଧ୍ୟ ରହିଛନ୍ତି।

ସେହିପରି ପ୍ରାର୍ଥୀଙ୍କ ମଧ୍ୟରେ ୫୫ ଓବିସି, ୩୧ ଏସ୍‌ସି, ୧୪ ମୁସଲମାନ୍‌, ୬ କାୟସ୍ଥ, ୩୫ ଜଣ ବ୍ରାହ୍ମଣ ରହିଛନ୍ତି।

Share