Categories: ଜାତୀୟ

ସଞ୍ଜୟ ସିଂଙ୍କ ନିଲମ୍ବନକୁ ନେଇ ପ୍ରତିକ୍ରିୟା ରଖିଲା ଏଏପି

ନୂଆଦିଲ୍ଲୀ,୨୪।୭: ସୋମବାର ମଣିପୁର ହିଂସା ପ୍ରସଙ୍ଗରେ ରାଜ୍ୟ ସଭାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଅଧ୍ୟକ୍ଷ ଜଗଦୀପ ଧନକର ଆମ ଆଦମୀ ପାର୍ଟି (ଏଏପି)ଏମପି ସଞ୍ଜୟ ସିଂଙ୍କୁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରିଛନ୍ତି। ଏହା ସହିତ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ଉତ୍ତେଜନା ମଧ୍ୟରେ ସେ ରାଜ୍ୟ ସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସୌରଭ ଭରଦ୍ୱାଜ ସଞ୍ଜୟ ସିଂଙ୍କୁ ନିଲମ୍ବନ କରିବା ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଆମର ଲିଗାଲ ଟିମ ଏହି ପ୍ରସଙ୍ଗରେ କୋର୍ଟଙ୍କ ନିକଟକୁ ଯିବେ।

Share