Categories: ଜାତୀୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଘରେ ନଜରବନ୍ଦୀ: ଖଣ୍ଡନ କଲା ପୋଲିସ

ନୂଆଦିଲ୍ଲୀ,୮।୧୨- ଆନ୍ଦୋଳନରତ କୃଷକଙ୍କୁ ଭେଟିବାର ପର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଘରେ ନଜରବନ୍ଦୀ ରଖାଯାଇଥିବା ମଙ୍ଗଳବାର ସକାଳେ ଅଭିଯୋଗ ଆଣିଥିଲା ଆମ ଆଦମି ପାର୍ଟି (ଏଏପି)। ଏହାକୁ ଖଣ୍ଡନ କରିଛନ୍ତି ଦିଲ୍ଲୀର ଉତ୍ତର ଜିଲାର ଡିସିପି ଆଣ୍ଟୋ ଅଲଫୋନସେ। ଅଭିଯୋଗରେ କୌଣସି ସତ୍ୟତା ନାହିଁ ଓ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। କେଜରିଓ୍ବାଲ ଗତକାଲି ରାତି ୮ ଟାରେ ସିଙ୍ଘୁ ସୀମାକୁ ଯାଇ ୧୦ଟାରେ ଫେରିଥିଲେ। କୌଣସି ପ୍ରକାର ଅସୁବିଧା ନ ଥିବା ଆଲଫୋନସେ କହିଛନ୍ତି।

ଉଲ୍ଲେଖଥାଉ କି, କାହାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯିବାକୁ କିମ୍ବା ବାହାରିବାକୁ ଅନୁମତି ନ ଥିବା ଏଏପି ପକ୍ଷରୁ ଅଭିଯୋଗ କରାଯାଇଥିଲ। ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେଜରିଓ୍ବାଲଙ୍କ ବାସଭବନକୁ ଯାଇଥିଲେ। ତାଙ୍କୁ ମଧ୍ୟ ପୋଲିସ ଛାଡ଼ି ନ ଥିଲା। କେନ୍ଦ୍ର ସରକାରଙ୍କ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ଉପମୁଖ୍ୟମନ୍ତ୍ରୀ ସୁସୋଦିଆ।

Share