Categories: ଜାତୀୟ

ୟୁସିସି ନେଇ ଭାଜପାକୁ ସମର୍ଥନ କଲା ଏଏପି…

ନୂଆଦିଲ୍ଲୀ,୨୮।୬ : ଆମ ଆଦମୀ ପାର୍ଟି (ଏଏପି) ନେତା ବୁଧବାର କହିଛନ୍ତି ତାଙ୍କ ଦଳ ୟୁନିଫର୍ମ ସିଭିଲ କୋଡ (ୟୁସିସି) କୁ ସମର୍ଥନ କରେ କାରଣ ସମ୍ବିଧାନର ଧାରା ୪୪ ମଧ୍ୟ ଦେଶରେ ୟୁସିସି ରହିବା ଉଚିତ ବୋଲି କହିଛି। ମଙ୍ଗଳବାର ଭୋପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନିଫର୍ମ ସିଭିଲ କୋଡ ନେଇ ବିବୃତ୍ତି ଦେବାର ଗୋଟିଏ ଦିନ ପରେ ଏଏପିର ଏହି ପ୍ରତିକ୍ରିୟା ଆସିଛି।

ପଞ୍ଜାବର ଏଏପିର ରାଜ୍ୟସଭା ଏମପି ସନ୍ଦୀପ ପଠକ କହିଛନ୍ତି ଆମେ ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରୁଛୁ। ସେଥିପାଇଁ ସମସ୍ତ ଧର୍ମ, ରାଜନୈତିକ ଦଳ ଏବଂ ସଂଗଠନଙ୍କ ସହ ବ୍ୟାପକ ପରାମର୍ଶ ପରେ ସରକାର ଏହି ପ୍ରସଙ୍ଗରେ ସହମତି ପ୍ରକାଶ କରିବା ଉଚିିତ।
ଭାରତୀୟ ଜନତା ପାର୍ଟିର କାର୍ଯ୍ୟକ୍ରମରେ ୟୁନିଫର୍ମ ସିଭିଲ କୋଡ ପାଇଁ ଜୋରଦାର ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଛନ୍ତି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁସଲମାନମାନଙ୍କୁ ବିଭ୍ରାନ୍ତ କରାଯାଉଛି।

Share