Categories: ଜାତୀୟ

ଚାର୍ଜସିଟ୍‌ରେ ଏଏପିକୁ ଅଭିଯୁକ୍ତ କରିବ ଇଡି, କେଜ୍ରିୱାଲଙ୍କୁ ଜାମିନ ମିଳିବା ସମ୍ଭାବନା କ୍ଷୀଣ!

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ଏକ ବଡ଼ ଦିନ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଟ୍ରାଏଲ କୋର୍ଟରେ ମଦଫା ଦୁର୍ନୀତି ମାମଲାରେ ଏହାର ଚାର୍ଜସିଟ୍‌ ଦାଖଲ କରିବାକୁ ଯାଉଛି। ଏହାରି ମଧ୍ୟରେ ଚାର୍ଜସିଟ୍‌କୁ ନେଇ ବଡ଼ ଖୁଲାସା ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚାର୍ଜସିଟ୍‌ରେ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ଏହା ସହିତ ଏଏପିକୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ସେହିଭଳି କେଜ୍ରିୱାଲଙ୍କ ମଧ୍ୟାବତ୍ତିକାଳୀନ ଜାମିନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଯାଉଛି। ଯେତେବେଳେ କି ଦ୍ୱିତୀୟ ଅଭିଯୁକ୍ତ କେ. କବିତାଙ୍କ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ।

ରିପୋର୍ଟ ଅନୁଯାୟୀ, କେଜ୍ରିୱାଲଙ୍କ ବ୍ୟତୀତ ଇଡି ଆମ୍ ଆଦମୀ ପାର୍ଟିକୁ ଏହାର ଚାର୍ଜସିଟରେ ଅଭିଯୁକ୍ତ କରିବ। ଇତିହାସରେ ପ୍ରଥମ ଥର ପାଇଁ ଏକ ଜାତୀୟ ଦଳ ଏକ ଦୁର୍ନୀତି ମାମଲାରେ ଏକ ଏଜେନ୍ସି ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରେ ଅଭିଯୁକ୍ତ ହେବ। ସୂତ୍ରରୁ ପ୍ରକାଶ ଯେ ସୁପ୍ରିମକୋର୍ଟରେ ଶୁଣାଣି ପରେ ଇଡି ଟ୍ରାଏଲ କୋର୍ଟରେ ଚାର୍ଜସିଟ ଦାଖଲ କରିବ। ଯଦି ଦିନସାରା ଶୁଣାଣି ଜାରି ରହିବ ତେବେ ଶନିବାର ଦିନ ଚାର୍ଜସିଟ ଦାଖଲ କରାଯିବ।

Share