Categories: ଜାତୀୟ

ହିମାଚଳ ପ୍ରଦେଶର ସମସ୍ତ ୬୮ ବିଧାନସଭା ଆସନରେ ଲଢିବ ଏଏପି

ଶିମଲା,୨୦ ।୯: ଆମ ଆଦମୀ ପାର୍ଟି(ଏଏପି) ବେଳକୁ ବେଳ ଶକ୍ତିଶାଳୀ ହେବାକୁ ଲାଗିଛି । ଏବେ ସେ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇ ଗଲାଣି । ୨୦୨୨ ନଭେମ୍ବରରେ ହିମାଚଳ ପ୍ରଦେଶରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଏଏପି ସମସ୍ତ ଆସନରେ ପ୍ରାର୍ଥୀ ଦେବ ବୋଲି କହିଛି । ଏହାକୁ ନେଇ ଏଏପି ମୋଟ ୬ଟି ରାଜ୍ୟରେ ନିର୍ବାଚନ ଲଢିବ ବୋଊି କହିଛି । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜରାଟ ଓ ଗୋଆ ବିଧାନସଭା ନିର୍ବାଚନରେ ଏଏପି ଭାଗ ନେଉଥିବା ବେଳେ ହିମାଚଳ ପ୍ରଦେଶରେ ଭାଗ ନେବାକୁ ବେଶ୍ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି । ରତନେଶ ଗୁପ୍ତିା ଏହାର ଦାୟିତ୍ୱ ନେବେ ବୋଲି କୁହାଯାଇଛି ।

Share