Categories: ଜାତୀୟ

ଅରୁଣାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବ ଏଏପି…

ଇଟାନଗର,୨।୭ : ଆମ ଆଦମୀ ପାର୍ଟି (ଏଏପି) ଆଉ ଏକ ବଡ଼ ଘୋଷଣା କରିଛି। ଦେଶର ରାଜଧାନୀ ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାକୁ ଆସିବାର କିଛି ଦିନ ପରେ ଏଏପିକୁ ଏକ ଜାତୀୟ ଦଳର ମାନ୍ୟତା ଦିଆଯାଇଥିଲା। ଏଏପି ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ଇଚ୍ଛା ପ୍ରକାଶ କରିଛି।

ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶରେ ବିଧାନସଭାରେ ମୋଟ ୬୦ଟି ଆସନ ଅଛି। ଆସନ୍ତା ବର୍ଷ ଦଳ ସମସ୍ତ ବିଧାନସଭା ଆସନ ଏବଂ ଦୁଇଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଏଏପିର ରାଜ୍ୟ ୟୁନିଟ ସାଧାରଣ ସଚିବ ଟୋକୋ ନିକାମ ସୂଚନା ଦେଇଛନ୍ତି। ଏହା ସହିତ ସେ କହିଛନ୍ତି ସରକାର ଗଠନ ହେବା ପରେ ରାଜ୍ୟବାସୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ମେଡ଼ିକାଲ ସୁବିଧା, ପାନୀୟ ଜଳ, ବିଦ୍ୟୁତ ଏବଂ ବିଶ୍ୱ ସ୍ତରୀୟ ଶିକ୍ଷା ଯୋଗାଇ ଦିଆଯିବ ।

ଏଏପି ପ୍ରତିଶ୍ରୁତି ଦେଇଛି ଦଳ କ୍ଷମତାକୁ ଆସିଲେ ଅରୁଣାଚଳ ପ୍ରଦେଶ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ୨୦୧୪ ଏବଂ ଅରୁଣାଚଳ ପ୍ରଦେଶ ଫ୍ରିଡମ ଅଫ ରିଲିଜିଅନ ୧୯୭୮ ରଦ୍ଦ କରାଯିବ।

Share