Categories: ଜାତୀୟ

ମିଜୋରାମ ବିଧାନସଭା ନିର୍ବାଚନ ଲଢିବ ଏଏପି

ନୂଆଦିଲ୍ଲୀ,୧୬।୧୦(୦୭): ଆମ୍‌ ଆଦମୀ ପାର୍ଟି (ଏଏପି) ମିଜୋରାମ ବିଧାନସଭା ନିର୍ବାଚନ ୨୦୨୩ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି। ଆମ ଆଦମୀ ପାର୍ଟି ଖୁବ ଶୀଘ୍ର ଏଥିପାଇଁ ଆସନ ଘୋଷଣା କରିବେ। ମିଜୋରାମରେ ପ୍ରତିଦ୍ୱନ୍ଦ୍ୱିତା ନିର୍ବାଚନ ଘୋଷଣା ହେବା ସହିତ ଆମ ଆଦମୀ ପାର୍ଟି ବର୍ତ୍ତମାନ ୪ଟି ରାଜ୍ୟରେ ନିର୍ବାଚନ ଲଢିବ। ଏହାପୂର୍ବରୁ ଆମ ଆଦମୀ ପାର୍ଟି ୫ ଟି ବିଧାନସଭା ନିର୍ବାଚନ ମଧ୍ୟରୁ ୩ଟି (ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ) ଲଢିବାକୁ ଘୋଷଣା କରିଥିଲା।
ଏହି ପ୍ରସଙ୍ଗରେ ଆମ ଆଦମୀ ପାର୍ଟିର ଉତ୍ତର-ପୂର୍ବ ଇନଚାର୍ଜ ରାଜେଶ ଶର୍ମା କହିଛନ୍ତି, ଉତ୍ତର-ପୂର୍ବ ରାଜ୍ୟଗୁଡିକର ଆମର ଏଏପି ଅଧ୍ୟକ୍ଷମାନେ ଆମର ନେତା ଅରବିନ୍ଦ କେଜ୍‌ରିୱାଲଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ସେମାନଙ୍କ ସହ ଆଗାମୀ ନିର୍ବାଚନ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ପାଇଁ ଏକ ସମନ୍ବୟ କମିଟି ଏବଂ ଉତ୍ତର ପୂର୍ବ ସେଲ ଗଠନ କରାଯିବ। ଏହାସହ ଆମ ଆଦମୀ ପାର୍ଟି ମିଜୋରାମରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ତେବେ କେତେ ସିଟ ପ୍ରତିଦ୍ୱନ୍ଦ୍ୱିତା କରାଯିବ ଏବଂ କିପରି ଲଢେଇ କରାଯିବ ତାହା କିଛି ଦିନ ମଧ୍ୟରେ କୁହାଯିବ।

Share