Advertisement

ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଆପ୍‌

ନୂଆଦିଲ୍ଲୀ,୧୭।୧: ଆମ ଆଦମୀ ପାର୍ଟି ମଙ୍ଗଳବାର ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ। ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପାର୍ଥୀଙ୍କ ନାମ ଘୋଷଣା କରିବେ। ଏନେଇ ମଙ୍ଗଳବାର ପଞ୍ଜାବର ମୋହାଲିଠାରେ ଏକ ଖବରଦାତା ସମ୍ମିଳନୀରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ପଞ୍ଜାବ ବିଧାନସଭାରେ ଯଦି ଆପ୍‌ ସଂଖ୍ୟାଗରିଷ୍ଠତା ହାସଲ କରେ ତେବେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। ପୂର୍ବରୁ ଫେବୃୟାରୀ ୧୪ରେ ପଞ୍ଜାବର ବିଧାନସଭା ନିର୍ବାଚନ ହେବା ନେଇ ତାରିଖ ଘୋଷଣା ହୋଇଥିଲା। ହେଲେ ସୋମବାର ନିର୍ବାଚନ କମିଶନ ନିର୍ବାଚନ ତାରିଖକୁ ଫେବୃୟାରୀ ୨୦କୁ ଘୁଞ୍ଚାଇ ଦେଇଛନ୍ତି। ମାର୍ଚ୍ଚ ୧୦ରେ ଭୋଟ୍‌ ଗଣତି ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share