Categories: ଜାତୀୟ

କେଜରିୱାଲ ଗ୍ୟାରେଣ୍ଟି କାର୍ଡରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି, ମହିଳାଙ୍କୁ ମାଗଣା ବସ ସେବା

ଲକ୍ଷ୍ନୌ,୨୮ ।୧: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଆମ ଆଦମୀ ପାର୍ଟି(ଏଏପି) ତା’ର ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି ଓ ମହିଳାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ଏଏପିର ଉତ୍ତର ପ୍ରଦେଶ ପ୍ରଭାରୀ ସଞ୍ଜୟ ସିଂ ଗୁରୁବାର ଏହି ଘୋଷଣା ପତ୍ର ଜାରି କରିଛନ୍ତି । ଏହାକୁ ‘କେଜରିୱାଲ ଗ୍ୟାରେଣ୍ଟି କାର୍ଡ’ ନାମ ଦିଆଯାଇଛି । ଦଳ ପକ୍ଷରୁ ମହିଳାଙ୍କୁ ମାଗଣାରେ ବସ ସେବା, ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଓ ୨୪ ଘଣ୍ଟା ବିଜୁଳି ଯୋଗାଇ ଦିଆଯିବାକୁ ଘୋଷଣା କରାଯାଇଛି । ଏହାସହ କୃଷକଙ୍କ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମଏସ୍‌ପି)ର ଗ୍ୟାରେଣ୍ଟି ପାଇଁ ଏକ ଆଇନ ଆଣିବାକୁ ବି ପ୍ରତିଶ୍ରୁତି ଦେଇଛି ଦଳ । ଏହାସହ ୨୪ ଘଣ୍ଟାରେ ସମସ୍ତ କୃଷି ଋଣ ମଧ୍ୟ ଛାଡ କରାଯିବ ବୋଲି କୁହାଯାଇଛି । ଏହାସହ ୧୦ ଲକ୍ଷ ସରକାରୀ ଚାକିରି, ୯୭ ହଜାର ଶିକ୍ଷକ ଓ ରାଜ୍ୟ ସରକାରରେ ସ୍ଥାନୀୟ ଯୁବକଙ୍କୁ ୮୦ ପ୍ରତିଶତ ସଂରକ୍ଷଣର ବି ସୁବିଧା ଦିଆଯିବ ।

Share