Categories: ଜାତୀୟ

ମିଜୋରାମ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏଏପି

ନୂଆଦିଲ୍ଲୀ,୧୬।୧୦: ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଆମ ଆଦମୀ ପାର୍ଟି(ଏଏପି)। ସୋମବାର ଏଏପି ଏହି ଘୋଷଣା କରିଛି। ଦଳର ଉତ୍ତର-ପୂର୍ବ ରାଜ୍ୟ ଦାୟିତ୍ୱରେ ଥିବା ରାଜେଶ ଶର୍ମା କହିଛନ୍ତ, ରବିବାର ଏଏପି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସଂଗଠନ ବିସ୍ତାର ଏବଂ ଉତ୍ତର-ପୂର୍ବ ରାଜ୍ୟରେ ନିର୍ବାଚନ ଳଢିବାର ନିଷ୍ପତ୍ତି ନିଆଯାଇଛି।

ସାଂଗଠନିକ ବିସ୍ତାର ପାଇଁ ଏକ ସମନ୍ବୟ କମିଟି ଏବଂ ଉତ୍ତର-ପୂର୍ବ ସେଲ ଗଠନ କରାଯିବ ବୋଲି ସେ କହିଛନ୍ତି। ଉତ୍ତର-ପୂର୍ବର ଲୋକମାନେ ଶିକ୍ଷା, ସ୍ବାସ୍ଥ୍ୟସେବା, ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ସହ ସଂଘର୍ଷ କରୁଛନ୍ତି ଏବଂ ସେମାନେ ବିଶ୍ୱାସ କରନ୍ତି ଯେ, ଆମ ଆଦମୀ ପାର୍ଟି ଏହି ସମସ୍ୟାର ସମାଧାନ କରିପାରିବ। ସେ କହିଛନ୍ତି , ରାଜ୍ୟ କମିଟି ଖୁବ୍‌ଶୀଘ୍ର ସିଟ୍‌ ସଂଖ୍ୟା ଏବଂ ନିର୍ବାଚନ କ୍ଷେତ୍ରର ନାମ ଘୋଷଣା କରିବ।

Share