ନୂଆଦିଲ୍ଲୀ,୨୯ା୬: ଅଧିକାଂଶ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସହ ମୁହାଁମୁହିଁ ଅବସ୍ଥାରେ ରହୁଥିବା ଦିଲ୍ଲୀର ଶାସକ ଦଳ ଆମ୍ ଆଦ୍ମି ପାର୍ଟି (ଏଏପି) ଏକକ ନାଗରିକ ଦଓ୍ବୋନୀ ସଂହିତାକୁ ସିଦ୍ଧାନ୍ତଗତ ସମର୍ଥନ ଦେବାକୁ ଘୋଷଣା କରିଛି। ତେବେ କେନ୍ଦ୍ର ସରକାର ଏହି ପ୍ରସ୍ତାବ ଉପରେ ସମସ୍ତ ପକ୍ଷଙ୍କ ସହ ବିସ୍ତୃତ ଆଲୋଚନା କରି ସହମତି ଭିତ୍ତିରେ ୟୁସିସି ଆଣିବା ଉଚିତ ବୋଲି ଦଳ ସର୍ତ୍ତ ରଖିଛି। ଏଏପି ୟୁସିସିକୁ ସିନ୍ଧାନ୍ତଗତ ସମର୍ଥନ କରୁଛି। ସମ୍ବିଧାନର ଅନୁଚ୍ଛେଦ ୪୪ ମଧ୍ୟ ଏହାକୁ ସମର୍ଥନ କରୁଛି। ରାଜନୈତିକ ଦଳ ଓ ଅଣରାଜନୈତିକ ବ୍ୟକ୍ତିବିଶେଷଙ୍କ ସମେତ ପକ୍ଷମାନଙ୍କ ସହ ବିଚାରବିମର୍ଶ କରି ସହମତି ପ୍ରକାଶ ପାଇଲେ ୟୁସିସିକୁ ଲାଗୁ କରାଯାଇପାରେ ବୋଲି ଏଏପି ସାଧାରଣ ସମ୍ପାଦକ ସନ୍ଦୀପ ପାଠକ କହିଛନ୍ତି।