Categories: ଜାତୀୟ

ମାଗଣା ବିଜୁଳୀ ପାଇଁ ସାତ ଦିନରେ ଲକ୍ଷେ ୩୯ ହଜାର ରେଜିଷ୍ଟ୍ରେଶନ

ଡେରାଡୁନ,୨୫ ।୭: ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ଏବେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଲାଇଛି । ରାଜଧାନୀ ଦିଲ୍ଲୀରେ ମାଗଣା ବିଜୁଳୀ ଯୋଗାଇ ଦେଇଥିବା ଏଏପି ଉତ୍ତରାଖଣ୍ଡରେ ସରକାର ଗଢିଲେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀ ମାଗଣାରେ ଯୋଗାଇ ଦେବ ବୋଲି କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଥିଲେ । ଏବେ ଏଥିପାଇଁ ରେଜିଷ୍ଟ୍ରେଶନ ଚାଲିଛି । ଏଏପିର ସୂଚନା ଅନୁଯାୟୀ, ୭ ଦିନ ମଧ୍ୟରେ ୧,୩୯,୦୦୦ ଲୋକ ଏଥିପାଇଁ ଆବେଦନ କରି ସାରିଲେଣି । ଏଏପି ଏମିତି ସମସ୍ତ ଗ୍ରାହକଙ୍କୁ ଏକ ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରିଛି । ବିଧାନସଭା ନିର୍ବାଚନ ପାଇଁ କେଜରିୱାଲଙ୍କ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଲାଇଛନ୍ତି । କେଜରିୱାଲ କହିିଛନ୍ତି ଏହି ଅଭିଯାନ ମାଧ୍ୟମରେ ୧୦,୦୦୦ କର୍ମୀ ଘର ଘର ଯାଇ ମାଗଣା ବିଜୁଳୀ ଯୋଜନା ସହ ଲୋକଙ୍କୁ ଯୋଡିବେ ।

Share