Categories: ଜାତୀୟ

ଏଏପିର ଘୋଷଣା: ମଧ୍ୟପ୍ରଦେଶରେ ୨୩୦ ଆସନରେ ଲଢ଼ିବ ନିର୍ବାଚନ…

ଭୋପାଳ,୨୪।୭ : ଆମ ଆଦମୀ ପାର୍ଟି (ଏଏପି)ର ମଧ୍ୟପ୍ରଦେଶ ୟୁନିଟ କହିଛି ଚଳିତ ବର୍ଷ ଶେଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ସମସ୍ତ ୨୩୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ଖୁବ ଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରିବ। ଭୋପାଳରେ ଗଣମାଧ୍ୟମକୁ ଏଏପିର ମଧ୍ୟପ୍ରଦେଶର ଦାୟିତ୍ୱରେ ଥିବା ବିଏସ ଜୋନ କହିଛନ୍ତି ମଧ୍ୟପ୍ରଦେଶରେ ନିର୍ବାଚନ ପାଇଁ ଏଏପି ବ୍ୟସ୍ତ ଅଛି। ଆମେ ରାଜ୍ୟର ସମସ୍ତ ୨୩୦ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ ଏବଂ ଜିତିବୁ।

ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚାଲିଛି। ଖୁବ ଶୀଘ୍ର ପ୍ରାର୍ଥୀଙ୍କ ନାମ ତାଲିକା ମଧ୍ୟ ପ୍ରକାଶ ପାଇବ। ପ୍ରାର୍ଥୀ ଚୟନରେ ଟିକେଟ ଚୟନ ପାଇଁ କେବଳ ସର୍ଭେ ହେବ। ସେ କହିଛନ୍ତି ମଧ୍ୟପ୍ରଦେଶର ପ୍ରତ୍ୟେକ ଜିଲାରେ ଆମେ ପାରିବର୍ତ୍ତନନ ଯାତ୍ରା କରୁଛୁ ଯାହା ଅଗଷ୍ଟ ୪ରେ ଶେଷ ହେବ। ମଧ୍ୟପ୍ରଦେଶରେ ଲୋକମାନେ ଭାଜପା ଏବଂ କଂଗ୍ରେସ ପାଇଁ ଏକ ବିକଳ୍ପ ଚାହୁଁଛନ୍ତି । ଲୋକେ ଏଏପିକୁ ଏକ ବିକଳ୍ପ ଭାବରେ ଦେଖୁଛନ୍ତି। ମଧ୍ୟପ୍ରଦେଶରେ ଆମେ ବିଦ୍ୟୁତ, ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଦୁର୍ନୀତି ପ୍ରସଙ୍ଗରେ ନିର୍ବାଚନ ଲଢ଼ିବୁ।

ରାଜ୍ୟରେ ଚାରିଆଡେ ଅରାଜକତା ବ୍ୟାପିଛି। ରାଜ୍ୟରେ ପ୍ରତିଦିନ ଦୁର୍ନୀତିର ନୂଆ ମାମଲା ସାମ୍ନାକୁ ଆସୁଛି। ପିଲାମାନଙ୍କ ପୋଷାକରେ ଦୁର୍ନୀତି, ପୁଷ୍ଟିକର ଖାଦ୍ୟରେ ଦୁର୍ନୀତି, ମହାକାଳ ପବ୍ଲିକ ୱାର୍କ୍ସରେ ଦୁର୍ନୀତି, ପଟୱାରୀ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି। ମଧ୍ୟପ୍ରଦେଶ ଭାଜପା ଶାସନ ଏକ ଦୁର୍ନୀତିରେ ପରିଣତ ହୋଇଛି। ମଧ୍ୟପ୍ରଦେଶରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭଙ୍ଗ ହୋଇଛି। ଅଧିକାରୀ ଏବଂ ପ୍ରଶାସନିକ ବ୍ୟବସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣ ସମାପ୍ତ ହୋଇଛି।

 

Share