Categories: ଖେଳ

ଆରାଧ୍ୟା ଚାମ୍ପିୟନ, ଶ୍ୱେତା ରନରଅପ୍‌

ଭୁବନେଶ୍ୱର, ୧୭।୧୨ (କ୍ରୀଡ଼ା ପ୍ରତିନିଧି): ଅନୁଗୋଳସ୍ଥିତ ଇନ୍‌ଡୋର ହଲ୍‌ରେ ଚାଲିଥିବା ୨୮ତମ ଆନ୍ତଃଜିଲା ଏବଂ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ର ୧୧ ବର୍ଷରୁ କମ୍‌ ବାଳିକା ବିଭାଗରେ କଟକର ଆରାଧ୍ୟା ସାହୁ ଚାମ୍ପିୟନ ଓ ଶ୍ୱେତା ବର୍ମା ରନରଅପ୍‌ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଆରାଧ୍ୟା ୩-୦ରେ ଶ୍ୱେତାଙ୍କୁ ପରାସ୍ତ କରିଛନ୍ତି। ୧୭ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସରେ ଜିଜ୍ଞାସୁ ସାହୁ, ମହମ୍ମଦ ଜିଶାନ, ଅନିନ୍ଦ୍ୟ ଅନୁପମ ଏବଂ ଫରଜ ରାଜା ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ୧୫ ବର୍ଷରୁ କମ୍‌ ବାଳିକାରେ ଉର୍ଜା ବର୍ମା, ଅଫିଆ ମୌଶିନ, ସୁକୁଲଦେଇ ପେଣ୍ଠିଆ, ସାକ୍ଷୀ ଭଗତ ସେମିଫାଇନାଲରେ ପହଞ୍ଚତ୍ଛନ୍ତି।

Share