ପ୍ରଥମଥର ଭିନ୍ନ ହେୟାର ଷ୍ଟାଇଲରେ ନଜର ଆସିଲେ ଆରାଧ୍ୟା

ମୁମ୍ବାଇ: ବଲିଉଡ ବିୟୁଟି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ ଜଣେ ଆଗ ଧାଡିର ଷ୍ଟାର କିଡ। ସର୍ବସାଧାରଣ ଇଭେଣ୍ଟ ଏବଂ ବିମାନବନ୍ଦରରେ ଆରାଧ୍ୟା ତାଙ୍କ ମା ଐଶ୍ୱର୍ଯ୍ୟାଙ୍କ ସହିତ ପ୍ରାୟତଃ ନଜର ଆସିଥାଆନ୍ତି। ହେଲେ ଆରାଧ୍ୟା ସବୁବେଳେ ଗୋଟିଏ ଲୁକ୍‌ରେ ନଜର ଆସୁଥିବାରୁ ଐଶ୍ୱର୍ଯ୍ୟା ଟ୍ରୋଲ ହୋଇଥିଲେ, କିନ୍ତୁ ଗତ ସାରେ ଆରାଧ୍ୟା ତାଙ୍କ ସ୍କୁଲ କାର୍ଯ୍ୟରେ ପ୍ରଥମଥର ପାଇଁ ଭିନ୍ନ ହେୟାର ଷ୍ଟାଇଷଳ ନଜର ଆସିଥିଲେ।
ଏହି ସମୟରେ, ଆରାଧ୍ୟା ଭିନ୍ନ ହେୟାର ଷ୍ଟାଇଲ ସହିତ ଫୁଲ ମେକ ଅପ ନେଇ ମଞ୍ଚରେ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆରାଧ୍ୟାଙ୍କ ବିଦ୍ୟାଳୟର ପ୍ରଦର୍ଶନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଷ୍ଟାର କିଡଙ୍କ ଆତ୍ମବିଶ୍ୱାସ ଏବଂ ଷ୍ଟାଇଲକୁ ନେଟିଜେନ୍ସ ପ୍ରଶଂସା କରିବାରେ ଲାଗିଛନ୍ତି।

Share