ପସନ୍ଦ ଆସିଲାନି ଆରାଧ୍ୟାଙ୍କ ହେୟାର ଷ୍ଟାଇଲ୍‌

ମୁମ୍ବାଇ: ଅମିତାଭ ବଚ୍ଚନ-ଜୟା ବଚ୍ଚନଙ୍କ ନାତୁଣୀ ଏବଂ ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟା ବି-ଟାଉନର ପ୍ରସିଦ୍ଧ ଷ୍ଟାର୍‌କିଡ୍‌ଙ୍କଠାରୁ ଅନ୍ୟତମ। ଆରାଧ୍ୟାଙ୍କୁ ଏବେ ୧୧ ବର୍ଷ ବୟସ ହୋଇଛି। ସେ ପ୍ରାୟତଃ ତାଙ୍କ ପିତାମାତାଙ୍କ ସହ ଦେଖିବାକୁ ମିଳିଥାଏ। ଐଶ୍ୱର୍ଯ୍ୟା ଝିଅର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି। ଯେତେବେଳେ ବି ସେ ବାହାରକୁ ଯାଆନ୍ତି, ସେ ନିଜ ଝିଅର ହାତକୁ କ୍ଷଣିକ ପାଇଁ ମଧ୍ୟ ଛାଡ଼ନ୍ତି ନାହିଁ। ଏଥିପାଇଁ ତାଙ୍କୁ ଅନେକ ଥର ଟ୍ରୋଲ କରାଯାଇଛି।

ଏହି ସମୟରେ, ଆରାଧ୍ୟା ତାଙ୍କ ମା’ଙ୍କ ସହ ଏକ ଇଭେଣ୍ଟରେ ପହଞ୍ଚିଥିଲେ। ଯେଉଁଠାରେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର କାରଣ ଥିଲା ଆରାଧ୍ୟାଙ୍କ ଚେହେରା, ଉଚ୍ଚତା ଏବଂ ହେୟାର ଷ୍ଟାଇଲ। ଆରାଧ୍ୟା ଧଳା ରଙ୍ଗର ଏକ ଡ୍ରେସ୍‌ ପିନ୍ଧିଥିଲେ। ଏହା ଉପରେ ଏକ ଓଢ଼ଣୀ ବି ପକାଇଥିଲେ। ମୁଣ୍ଡରେ ଏକ ହେୟାର ବ୍ୟାଣ୍ଡ ବାନ୍ଧିଥିଲେ। କିନ୍ତୁ ତାଙ୍କ ହେୟାର ଷ୍ଟାଇଲ୍‌ ଲୋକଙ୍କୁ ପସନ୍ଦ ଆସିନି। ସେମାନେ ଐଶ୍ୱର୍ଯ୍ୟାଙ୍କୁ କହିଛନ୍ତି, ଝିଅର ହେୟାର ଷ୍ଟାଇଲ୍‌ ପରିବର୍ତ୍ତନ କରନ୍ତୁ।

Share