ଅଜବ ଅଭିଯାନ: ମାସ୍କ ନ ପିନ୍ଧିଥିବା ଲୋକଙ୍କର ଆଳତୀ କଲେ ବ୍ୟବସାୟୀ

ବାରାଣସୀ,୫।୪: କରୋନା ସଂକ୍ରମଣ ଏବେ ସାରା ରାଜ୍ୟରେ ବଢ଼ିବାରେ ଲାଗିଛି। ଗତ ୪ ଦିନରେ ଉତ୍ତରପ୍ରଦେଶ ବାରାଣସୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧ହଜାରରୁ ଉର୍ଦ୍ଧ୍ୱ ରହିଛି। ଏଭଳି ସ୍ଥିତିରେ ଲୋକମାନେ ସଚେତନ ହେବା ଏବେ ଜରୁରୀ ହୋଇପଡ଼ିଛି। ଏହି କ୍ରମରେ ଲୋକଙ୍କୁ ସଚେତନତା କରାଇବା ପାଇଁ ବାରାଣସୀର ଏକ ସାମାଜିକ ସଂସ୍ଥା ବିଶେଶ୍ୱରାଗଞ୍ଜ ସ୍ଥିତ ଦୁଗ୍ଧ ବଜାରରେ ଏକ ଅଭିଯାନ ଚଳାଇଥିଲେ। ଏହି ସମୟରେ ଯେଉଁ ଲୋକମାନେ ମାସ୍କ ପିନ୍ଧି ନ ଥିଲେ ସେମାନଙ୍କୁ ବ୍ୟବସାୟୀମାନେ ଆଳତୀ କରିବା ସହ ମାସ୍କ ପିନ୍ଧିବାକୁ ନିବଦେନ କରିଥିଲେ। ଏଥିସହ କୋଭିଡ-୧୯ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଅପିଲ୍‌ କରିଥିଲେ। ଯଦି ଏସବୁ ନିୟମକୁ କଡ଼ାକଡ଼ି ପାଳନ କରାଯିବ ତେବେ ଯାଇ ଆମେ ମହାମାରୀ କରୋନା ସହ ଲଢ଼ିପାରିବା ବୋଲି ସାମାଜିକ ସଂସ୍ଥାର ଅଧ୍ୟକ୍ଷ ମୁକେଶ ଜୟସଓ୍ବାଲ କହିଛନ୍ତି।

Share