Categories: ଜାତୀୟ

ବ୍ରିଗେଡିୟର ଲିଡ୍ଡରଙ୍କ ମୃତ୍ୟୁ ପରେ ବଢିଗଲା ଝିଅ ଆଶନାଙ୍କ ଦ୍ୱାରା ଲିଖିତ ପୁସ୍ତକର ଚାହିଦା

ନୂଆଦିଲ୍ଲୀ,୧୧ ।୧୨: ‘ସୋଲ୍ଡ ଆଉଟ୍‌’ ଏବେ ଏହା ଲେଖାଯାଇଛି ଏକ ବହି ଦୋକାନ ସାମ୍ନାରେ । ଯେଉଁଠାରେ ବିକ୍ରି କରାଯାଉଥିଲା ବ୍ରିଗେଡିୟର ଏଲ୍‌ଏସ୍ ଲିଡ୍ଡରଙ୍କ ଝିଅ ଆଶନା ଲିଡ୍ଡରଙ୍କ ଦ୍ୱାରା ରଚିତ ପୁସ୍ତକ । ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରଠାରେ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଥିବା ବ୍ରିଗେଡିୟର ଏଲ୍ ଏସ୍ ଲିଡ୍ଡରଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଲିଡ୍ଡରଙ୍କ ପରଲୋକ ପରେ ତାଙ୍କର ୧୭ ବର୍ଷର ଝିଅ ଆଶନା ଯେଉଁ ପୁସ୍ତକ ରଚନା କରିଥିଲେ ତାହାର ଚାହିଦା ଏବେ ବଢିଯାଇଛି । ଗତ ୪ ଦିନ ମଧ୍ୟରେ ଏହା ଏତେ ବିକ୍ରି ହେଲା ଯେ ଏହା ଆଉଟ୍ ଅଫ୍ ଷ୍ଟକ ହୋଇଗଲା । ଆଶନାଙ୍କ ଲିଖିତ ପୁସ୍ତକର ନାଁ ରହିଛି ‘ଇନ୍ ସର୍ଚ୍ଚ ଅଫ୍ ଏ ଟାଇଟଲ’ । ଏହା ଏବେ ଆଉ ଦୋକାନରେ ମିଳୁନାହିଁ । ଆଶନାଙ୍କ ପ୍ରକାଶକ ପବ୍ଲିସିଙ୍ଗ କ୍ରିଏଟିଭ କ୍ରେଜ କହିଛି ହଠାତ୍ ତାଙ୍କ ପୁସ୍ତକର ଡିମାଣ୍ଡ ବଢିଯାଇଥିବାରୁ ଏବେ ଆମେ ଏହାର ଆଉ କିଛି କପି ବାହାର କରୁଛୁ । ପୂର୍ବରୁ ଏହାର ୨୫୦ କପି ବିକ୍ରି ସରିଛି ।
ସୂଚନାଯୋଗ୍ୟ, ବ୍ରିଗେଡିୟର ଲିଡ୍ଡରଙ୍କ ମୃତ୍ୟୁ ପରେ ଝିଅ ଆଶନାଙ୍କର ଧୈର୍ଯ୍ୟ ଓ ସାହସକୁ ଯିଏ ଦେଖିଛି ତା’ ଆଖିରେ ଲୁହ ଆସିଯାଇଛି । ଆଶନା ଏବେ ଦ୍ୱାଦଶ ଶ୍ରେଶୀର ଛାତ୍ରୀ ହୋଇଥିବା ବେଳେ ଏବେ ତାଙ୍କୁ ଧୈର୍ଯ୍ୟ ଦେଉଛନ୍ତି ତାଙ୍କ ମା’ ଗିତିକା । ସେ କହୁଛନ୍ତି ମୋତେ ଦେଖ ମୁଁ କ’ଣ କାନ୍ଦୁଛି । ହେଲେ ପିତାଙ୍କର ଏକମାତ୍ର ଅଲିଅଲ ସନ୍ତାନ ଭାବେ ଗୁମୁରି ଗୁମୁରି କାନ୍ଦୁଥିବା ଆଶନା ନିଜକୁ ମଜଭୁତ କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି ।

Share