Categories: ଜାତୀୟ

‘ଆତ୍ମନିର୍ଭରଭାରତ’ ୨୦୨୦ର ଶବ୍ଦ ଭାବେ ଅକ୍ସଫୋର୍ଡ ଡିକ୍ସିନାରୀରେ ସାମିଲ

ନୂଆଦିଲ୍ଲୀ, ୨।୨: ଅକ୍ସଫୋର୍ଡ ଡିକ୍ସିନାରୀରେ ‘ଆତ୍ମନିର୍ଭରଭାରତ’କୁ ୨୦୨୦ର ଶବ୍ଦ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଅର୍ଥ ସେଲ୍ଫ-ରିଲାଏନ୍ସ୍‌ ବୋଲି ଡିକ୍ସିନାରୀରେ ଉଲ୍ଲେଖ କରାଯାଇଛି। ଏହି ହିନ୍ଦୀ ଶବ୍ଦକୁ ଚୟନ କରିବା ଲାଗି ଭାଷା ବିଶେଷଜ୍ଞ କ୍ରିତିକା ଅଗ୍ରଓ୍ବାଲ, ପୁନମ ନିଗମ୍‌ ଶାହାୟ ଏବଂ ଇମୋଜେନ୍‌ ଫକ୍ସେଲ୍‌ଙ୍କ ଦ୍ୱାରା ଗଠିତ ପରାମର୍ଶ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ‘ଆତ୍ମନିର୍ଭରଭାରତ’ ଶବ୍ଦ ସଂସ୍କୃତି ସହିତ ଜଡ଼ିତ ରହିଥିବା ଡିକ୍ସିନାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମହାମାରୀ ସଙ୍କଟ ବିରୋଧରେ ଯୋଜନାବଦ୍ଧ ଭାବେ ଲଢ଼େଇ କରିବା ଲାଗି ‘ଆତ୍ମନିର୍ଭରଭାରତ’ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ପରବର୍ତ୍ତୀ ସମୟରେ ଏହା ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ହୋଇଥିବା ପରେଡ଼ରେ ‘ଆତ୍ମନିର୍ଭରଭାରତ’ର ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିଲା।

Share