ଶାରଜା, ୧୩।୧୦: ଏବି ଡି ଭିଲର୍ସ (୭୩ ରନ, ୩୩ ବଲ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର ଖେଳାଯାଇଥିବା ଆଇପିଏଲ୍ର ଏକ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮୨ ରନରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିବାକୁ ଡି ଭିଲର୍ସ ମାତ୍ର ୨୩ ବଲ୍ର ସହାୟତା ନେଇଥିଲେ। ଏଥିସହ ଆଇପିଏଲ୍ରେ ୨୩ କିମ୍ବା ଏହାଠାରୁ କମ୍ ବଲ୍ରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ସେ ମୁମ୍ବାଇ ଇଣ୍ଡିଆନ୍ସର କିରନ ପୋଲାର୍ଡଙ୍କ ସହ ସମକକ୍ଷ ହୋଇଛନ୍ତି। ପୋଲାର୍ଡ ୬ଥର ୨୩ କିମ୍ବା ଏହାଠାରୁ କମ୍ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏବେ ଡି ଭିଲର୍ସ ତାଙ୍କ ସହ ସମକକ୍ଷ ହୋଇଛନ୍ତି।