ଅହମ୍ମଦାବାଦ୍,୨୩।୫:ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ହାରିଛି। ଏହି ପରାଜୟ ସହିତ ପୁଣି ଥରେ ବେଙ୍ଗାଲୁରୁର ପ୍ରଥମ ଟ୍ରଫି ଜିତିବାର ସ୍ବପ୍ନ ଭାଙ୍ଗି ଯାଇଛି। ଏହି ପରାଜୟ ଆରସିବିର ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ବେଙ୍ଗାଲୁରୁର ଏହି ପରାଜୟ ପରେ ଦଳର ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।
ଡି ଭିଲିୟର୍ସ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଦୁଃଖ ପ୍ରକାଶ କରିଥିଲେ। ତେବେ। ଆରସିବି ପରାଜୟ ପରେ ଏବି ମଧ୍ୟ ଗୋଟିଏ ଜିନିଷକୁ ନେଇ ଖୁସି ମନେ ହେଉଥିଲେ। ଡି ଭିଲିୟର୍ସ କହିଛନ୍ତି, ସମସ୍ତ ଆଶା ଶେଷ ହେବା ପରେ ମଧ୍ୟ ଦଳ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ସେ ଏହାକୁ ବହୁତ ପସନ୍ଦ କରିଥିଲେ। ମୁଁ ନିଶ୍ଚିତ ଯେ ଆସନ୍ତା ବର୍ଷ ଆରସିବି ଅଧିକ ଶକ୍ତିଶାଳୀ ଢଙ୍ଗରେ ଫେରିବ।
ସୂଚନାଯୋଗ୍ୟ, ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି।
It’s always painful to lose. But as a fan, I’m proud of the boys for making us believe, even when all hope seemed lost at the start of May.
I’m sure #RCB will come back stronger next year and bring home that elusive title. 💪 ❤️ #IPL2024
— AB de Villiers (@ABdeVilliers17) May 22, 2024