Categories: ଖେଳ

ନଂ-୪ ଲାଗି କୋହଲି ପରଫେକ୍ଟ

ନୂଆଦିଲ୍ଲୀ,୨୬।୮: ଏସିଆ କପ୍‌ ପରେ ବିଶ୍ୱକପ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଏହାପୂର୍ବରୁ ନଂ-୪ ରେ କେଉଁ ଖେଳାଳିଙ୍କୁ ବ୍ୟାଟିଂ କରିବାକୁ ଦିଆଯିବ ତାହା ଦଳର ବଡ଼ ସମସ୍ୟା ପାଲଟିଛି। ଏସିଆ କପ୍‌ ସ୍କ୍ବାର୍ଡରେ ଶ୍ରେୟାସ ଆୟର ଅଛନ୍ତି। ହେଲେ ସେ ଆହତ ସମସ୍ୟାରୁ ସୁସ୍ଥ ହୋଇଥିବା ଯୋଗୁ କେତେ ଫିଟ୍‌ ଏବଂ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଖେଳିବା ପରେ ଜଣାପଡ଼ିବ। ଏବେ ଭାରତୀୟ ଦଳର ଏହି ସମସ୍ୟାକୁ ନେଇ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଏ ବି ଡିଭିଲିୟର୍ସ ଜଣେ ଖେଳାଳିଙ୍କୁ ପରଫେକ୍ଟ ବୋଲି କହିଛନ୍ତି।

ନିଜର ୟୁଟ୍ୟୁବ ଚ୍ୟାନେଲରେ ଡିଭିଲିୟର୍ସ କହିଛନ୍ତି, ଆମେ ଏବେ ବି ଭାରତ ଲାଗି ନଂ-୪ରେ କିଏ ବ୍ୟାଟିଂ କରିବ ସେ ନେଇ କଥା ହେଉଛୁ। ଏହି ସ୍ଥାନରେ ବିରାଟ କୋହଲି ବ୍ୟାଟିଂ କରିବେ ବୋଲି ଶୁଣିବାକୁ ପାଇଥିଲି। ମୁଁ ଏହାର ସମର୍ଥନ କରିବି। ଏହି ସ୍ଥାନ ଲାଗି ସେ ସବୁଠାରୁ ପରଫେକ୍ଟ। କାରଣ ସେ ମିଡିଲ ଅର୍ଡରରେ ଯେକୌଣସି ଭୂମିକା ତୁଲାଇପାରିବେ। ତେବେ ସେ ଏଭଳି କରିବାକୁ ଚାହିଁବେ କି ନାହିଁ ଜଣାନାହିଁ। ଦୀର୍ଘଦିନରୁ ସେ ୩ ନଂ ସ୍ଥାନରେ ବ୍ୟାଟିଂ କରି ଆସିଛନ୍ତି। ଏଠାରେ ହିଁ ସବୁ ରନ୍‌ କରିଛନ୍ତି। ହେଲେ ଦଳର ଆବଶ୍ୟକତା ଯଦି ପଡେ ତେବେ ଜଣେ ଏହା କରିପାରିବ ବୋଲି ସେ କହିଛନ୍ତି।

Share