Categories: ଖେଳ

ଆର୍‌ସିବିକୁ ଫେରିବେ ଡିଭିଲିୟର୍ସ

ବେଙ୍ଗାଲୁରୁ,୧୧।୫: ଆସନ୍ତାବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଫେରିବେ ଦକ୍ଷିଣ ଆଫ୍ରିକା କ୍ରିକେଟର ସୁପରଷ୍ଟାର ଏବି ଡିଭିଲିୟର୍ସ । ନୂତନ ଭୂମିକା ସହ ଆରସିବି କ୍ୟାମ୍ପକୁ ସେ ଫେରିପାରନ୍ତି ବୋଲି ବନ୍ଧୁ ବିରାଟ କୋହଲି ସଙ୍କେତ ଦେଇଛନ୍ତି।

ଆର୍‌ସିବି ପକ୍ଷରୁ ଶେୟାର କରାଯାଇଥିବା ଏକ ଭିଡିଓରେ ବିରାଟ କହିଛନ୍ତି, ଡିଭିଲିୟର୍ସଙ୍କୁ ବହୁତ ମନେ ପକାଉଛି। ମୁଁ ତାଙ୍କ ସହ ନିୟମିତ କଥା ହେଉଛି। ସେ ଆମେରିକାରେ ନିଜ ପରିବାର ସହ ରହି ଗଲ୍ଫ ମ୍ୟାଚ ଦେଖୁଛନ୍ତି। ସେ ଆରସିବି ପ୍ରଦର୍ଶନ ଉପରେ ନଜର ରଖିଛନ୍ତି। ତେବେ ନୂଆ ଭୂମିକାରେ ଆସନ୍ତା ବର୍ଷ ଆରସିବି କ୍ୟାମ୍ପରେ ଥିବେ ବୋଲି ଆମର ଆଶା ବୋଲି ସେ କହିଛନ୍ତି।

Share