Advertisement
Categories: ଜାତୀୟ

ଲୋକ ସଭା ନିର୍ବାଚନର ଶେଷ ପ୍ରଚାରରେ ମୋଦି କହିଲେ ଏଥର ଭାଜପାକୁ ମିଳିବ ୩ଶହରୁ ଊର୍ଦ୍ଧ୍ୱ ଆସନ

ଖରଗୋନ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶର ଖରଗୋନରେ ୨୦୧୯ର ଶେଷ ଲୋକ ସଭା ନିର୍ବାଚନର ପ୍ରଚାର କରିଛନ୍ତି। ଏଠାରେ ସେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ମୋଦି କହିଛନ୍ତି କଶ୍ମୀରଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ସବୁଠି ଶୁଣିବାକୁ ମିଳୁଛି ‘ଅବକି ବାର୍‌ ୩୦୦ ପାର୍‌, ଫିର୍‌ ଏକ୍‌ ବାର୍‌ ମୋଦି ସରକାର’। ତେଣୁ ଏଥର ଭାଜପା ନିଶ୍ଚିତ ଭାବେ ସରକାର ଗଠନ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୋଦି କହିଛନ୍ତି, ଆବିବାସୀଙ୍କ ଉପରେ ତାଙ୍କର ଏକ ପୁସ୍ତକ ରହିଛି ତେଣୁ ମୋଦି ସରକାର ଶାସନରେ ଥିବା ପର୍ଯ୍ୟନ୍ତ ଆଦିବାସୀଙ୍କ ଜଙ୍ଗଲ ଜମି ଉପରେ କେହି ହାତ ମାରି ପାରିବେ ନାହିଁ। ଏହା ବ୍ୟତୀତ ଆମର ବୀର ଯବାନ ଶ୍ରତୁଙ୍କ ଘରେ ପଶି ସେମାନଙ୍କୁ ନିପାତ କରିଛନ୍ତି। ହେଲେ ଯେଉଁ କଂଗ୍ରେସ ଜମ୍ମୁ-କଶ୍ମୀରରେ ଅଲଗା ପ୍ରଧାନମନ୍ତ୍ରୀ ପାଇଁ ଦାବି କରୁଛି ତାକୁ ଦଣ୍ଡ ମିଳିବା ଦରକାର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share