Posted inଜାତୀୟ

ଏନ୍‌ଇଇଟି ପ୍ରସଙ୍ଗ ଆଲୋଚନା ଦାବିରେ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୨ା୭(ପି.ଟି.): ଲୋକ ସଭାରେ ସୋମବାର ବିରୋଧୀ ସଦସ୍ୟମାନେ ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ସ୍ବତନ୍ତ୍ର ଭାବେ ଗୋଟିଏ ଦିନ ଆଲୋଚନା ଦାବି କରିଥିଲେ। ଏଥିପାଇଁ ସରକାରଙ୍କଠାରୁ ସ୍ପଷ୍ଟ ପ୍ରତିଶ୍ରୁତି ନ ମିଳିବାରୁ ସେମାନେ କକ୍ଷତ୍ୟାଗ କରିଛନ୍ତି। ନିମ୍ନ ସଦନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏନ୍‌ଇଇଟି ଅନିୟମିତତା ପ୍ରସଙ୍ଗ ଉଠାଇଥିଲେ। ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଶେଷ ନ ହେବା ପର୍ଯ୍ୟନ୍ତ ଏନ୍‌ଇଇଟି ଉପରେ ଆଲୋଚନା ହୋଇପାରିବ ନାହିଁ ବୋଲି ଗୃହର ଉପନେତା ରାଜନାଥ ସିଂ କହିଥିଲେ। ନିଟ୍‌ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ଆମେ ଗୋଟିଏ ଦିନ ଆଲୋଚନା ଦାବି କରୁଛୁ। ବିଭିନ୍ନ ପରୀକ୍ଷାରେ ୭୦ ଥର ପ୍ରଶ୍ନପତ୍ର ଲିକ୍‌ ହେଲାଣି ଏବଂ ୨ କୋଟିରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିରେ ପ୍ରଭାବିତ ହୋଇଛନ୍ତି। ତେଣୁ ଉକ୍ତ ପ୍ରସଙ୍ଗରେ ଗୋଟିଏ ଦିନ ଆଲୋଚନା ପାଇଁ ଅନୁମତି ଦେଲେ ଆମେ ଖୁସି ହେବୁ ବୋଲି ରାହୁଲ କହିଥିଲେ। ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହେବା ପରେ ଅନ୍ୟ ପ୍ରସଙ୍ଗ ଆଲୋଚନା ହେବ ବୋଲି ରାଜନାଥ କହିବାରୁ ବିରୋଧୀ ନେତାମାନେ ସରକାରଙ୍କଠାରୁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଚାହିଁଥିଲେ। ଆଲୋଚନା ପାଇଁ ସଦସ୍ୟମାନେ ଅଲଗା ନୋଟିସ ଦେଇପାରିବେ ବୋଲି ବାଚସ୍ପତି ଓମ୍‌ ବିର୍ଲା କହିଥିଲେ। ଏହା ପରେ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

ଆଜି ଛାତ୍ରଙ୍କ ପାର୍ଲାମେଣ୍ଟ ଅଭିଯାନ

ଏନ୍‌ଇଇଟି-ୟୁଜି ସମେତ ପିଜି ଏବଂ ୟୁଜିସି ନେଟ୍‌ ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରତିବାଦରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣାରେ ବସିଥିବା ଛାତ୍ରୀଛାତ୍ର ସେମାନଙ୍କ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ମଙ୍ଗଳବାର ପାର୍ଲାମେଣ୍ଟ ଅଭିମୁଖେ ଶୋଭାଯାତ୍ରାରେ ଯିବେ। ଛାତ୍ରୀଛାତ୍ରଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ସୋମବାର ଷଷ୍ଠ ଦିନରେ ପହଞ୍ଚତ୍ଛି। ପରୀକ୍ଷା ଦୁର୍ନୀତିକୁ ନେଇ ‘ଇଣ୍ଡିଆ ଏଗେନେଷ୍ଟ ଏନ୍‌ଟିଏ’ ବ୍ୟାନରରେ ସେମାନେ ଧାରଣା ଜାରି ରଖିଛନ୍ତି। ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେଣ୍ଟ (ଏନ୍‌ଟିଏ)କୁ ବ୍ୟାନ୍‌ କରିବା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ସେମାନେ ଦାବି କରିବା ସହ ସମସ୍ତଙ୍କ ପାଇଁ ଏନ୍‌ଇଇଟି-ୟୁଜି ପରୀକ୍ଷା ପୁନର୍ବାର କରାଇବା ଦାବିରେ ଅଡ଼ିବସିଛନ୍ତି। ଏଥିସହିତ ବିଶ୍ୱବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ପୁରୁଣା ପ୍ରବେଶିକ ପରୀକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଦାବି ହୋଇଛି। ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ର ସଂଗଠନ ମଧ୍ୟରେ ଏଆଇଏସ୍‌ଏ ଏବଂ ଦିଲ୍ଲୀ ୟୁନିଭର୍ସିଟିର କଓ୍ବୋଇଏସ୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ! ନିୟମରେ ବଡ଼ ପରିବର୍ତ୍ତନ କଲେ ଓମ ବିର୍ଲା

ନୂଆଦିଲ୍ଲୀ,୪।୭: ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ। ଏନେଇ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଲୋକ ସଭା ବାଚସ୍ପତି ଓମ ବିର୍ଲା ଏଥିପାଇଁ ନିୟମରେ ବଡ଼...

ପାଣ୍ଡ୍ୟାଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ମନର କଥା କହିଦେଲେ ନତାଶା

ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛି। ଏସବୁ ଭିତରେ...

ଆସାମରେ ବନ୍ୟା ବିତ୍ପାତ, ୧୬ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ,୪।୭: ଆସାମର ବନ୍ୟା ସ୍ଥିତି ଭୟଙ୍କର ହେଲାଣି। ବ୍ରହ୍ମପୁତ୍ର ନଦୀରେ ବନ୍ୟା ଯୋଗୁଁ ଜନଜୀବନ ସହ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ବନ୍ୟା ବିତ୍ପାତ ଯୋଗୁ ୧୯ଟି...

ଟେଲି ଷ୍ଟାର୍‌ କ୍ରିଷ୍ଟଲ, କରନଙ୍କୁ ଇଡି ଜେରା

ମୁମ୍ବାଇ, ୩।୭: ଟଙ୍କା ବଦଳରେ ଅନ୍‌ଲାଇନ ଫରେକ୍ସ ଟ୍ରେଡିଂ ଆପ୍‌ ‘ଅକ୍ଟାଏଫ୍‌ଏକ୍ସ’ ପାଇଁ ପ୍ରଚାର ଅଭିଯୋଗରେ ଟେଲି ଷ୍ଟାର୍‌ କ୍ରିଷ୍ଟଲ ଡିସୁଜା ଓ କରନ ଓ୍ବାହିଙ୍କୁ...

ହାଥରସ୍‌ ଦଳାଚକଟା ପଛରେ ଷଡ଼ଯନ୍ତ୍ର: ଭୋଲେ ବାବାଙ୍କ ଓକିଲ

ହାଥରସ୍‌,୩ା୭: ହାଥରସ୍‌ ଦଳାଚକଟା ପଛରେ ଅସାମାଜିକ ତତ୍ତ୍ୱଙ୍କ ହାତ ରହିଛି ବୋଲି ଭୋଲେ ବାବାଙ୍କ ଓକିଲ ଏ.ପି. ସିଂ ଅଭିଯୋଗ ଆଣିଛନ୍ତି। ସତ୍‌ସଙ୍ଗ ବେଳେ ଭୋଲେ...

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଆଡ଼ଭାନୀ

ନୂଆଦିଲ୍ଲୀ, ୪।୭ : ଭେଟେରାନ ଭାଜପା ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ(୯୬) ବୁଧବାର ରାତିରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।...

କଙ୍ଗନାଙ୍କୁ ଚାପୁଡ଼ା ମାରି କର୍ନାଟକକୁ ବଦଳି ହେଲେ କୁଲଓ୍ବିନ୍ଦର

ନୂଆଦିଲ୍ଲୀ, ୪।୭: ହିମାଚଳ ପ୍ରଦେଶର ମଣ୍ଡିରୁ ନବ ନିର୍ବାଚିତ ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କୁ ଜୁନ୍‌ ୬ରେ ଚଣ୍ଡିଗଡ଼ ଏୟାରପୋର୍ଟରେ ସିଆଏସ୍‌ଏଫ୍‌ କନ୍‌ଷ୍ଟେବଳ କୁଲଓ୍ବିନ୍ଦର କୌର...

ବିଶ୍ୱକପ ଟ୍ରଫି ସହ ଭାରତ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୪।୭: ଭାରତରେ ପହଞ୍ଚିଲା ବିଶ୍ୱ ବିଜେତା ଟିମ୍‌ ଇଣ୍ଡିଆ। ଟି ୨୦ ବିଶ୍ୱକପ ଟ୍ରଫି ସହ ଟିମ୍‌ ଇଣ୍ଡିଆ ବାର୍ବାଡୋସରୁ ଭାରତ ଫେରିଛି। ଏନେଇ ବିସିସିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri