Categories: ବାଣିଜ୍ୟ

ଏବିଡି-ପୂଜା ସୁପର ଓ୍ବିନର ନୂଆ ଚେହେରା

ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ତଥା ଅନ୍‌ଲାଇନ ଗେମିଂ ପ୍ଲାଟଫର୍ମ ସୁପର ଓ୍ବିନର ନୂଆ ଚେହେରା ଭାବେ ବଲିଉଡ ଅଭିନେତ୍ରୀ ପୂଜା ହେଗ୍‌ଡେ ଏବଂ ଜଣାଶୁଣା କ୍ରିକେଟିୟର ଏବି ଡି ଭିଲିୟର୍ସ ଯୋଡ଼ି ହୋଇଛନ୍ତି। ବିଶେଷକରି ଉଭୟ ପୂଜା ଏବଂ ଏବିଡିଙ୍କ ସହଭାଗିତା ସୁପରଓ୍ବିନ ପାଇଁ ଏକ ବିଶାଳ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି। କାରଣ ସୁପର ଓ୍ବିନ ବର୍ତ୍ତମାନ ଅନେକ ଜଣାଶୁଣା ଚେହେରାଙ୍କ ସହ ସାମିଲ ହୋଇ ଅନଲାଇନ ଗେମିଂକୁ ଏକ ନୂଆ ଧାରା ଦେଇଛି। ନିକଟରେ ଏହି ଦୁଇ ଜଣାଶୁଣା ଚେହେରାଙ୍କୁ ନେଇ ଦ୍ୱୈତ ସହଭାଗିତା ହୋଇଛି।

ଉକ୍ତ ଦ୍ୱୈତ ସହଭାଗିତାରେ ସୁପର ଓ୍ବିନର ଆରମ୍ଭ ହୋଇଛି। ଅପରପକ୍ଷରେ ଏବି ଡି ଭିଲିୟର୍ସ ମିଷ୍ଟର ୩୬୦ ଭାବେ ସାରା ବିଶ୍ୱରେ ପରିଚିତ ହୋଇଥିବାବେଳେ ସେ ଉଭୟ କ୍ରିଡା ଓ ମନରୋଞ୍ଜନ ଦୁନିଆରେ ବେଶ ଜଣାଶୁଣା। ଏପରିକି ଡି ଭିଲିୟର୍ସ ଦକ୍ଷିଣ ଆଫ୍ରିକା ଦଳର ସମସ୍ତ ଫର୍ମାଟରେ ବେଶ୍‌ ଉଚ୍ଚକୋଟିର କ୍ରୀଡା ପ୍ରଦର୍ଶନ କରିଥିବାବେଳେ ୨୦୦୪ରୁ ୧୮ ମଧ୍ୟରେ ସେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ବେଶ ଉଲ୍ଲେଖୀନୟ ଅବଦାନ ପ୍ରଦାନ କରିଛନ୍ତି। ସେହିଭଳି ପୂଜା ବଲିଉଡରେ ସକ୍ରିୟ ରହିଥିବାବେଳେ କିସିକା ଭାଇ କିସିକା ଜାନ୍‌ ଓ ହାଉସଫୁଲ-୪ ଭଳି ହିଟ୍‌ ଫିଲ୍ମରେ ଆକର୍ଷଣୀୟ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇପାରିଛନ୍ତି।

୨୦୨୩ରେ ସୁପରଓ୍ବିନ’ର ପ୍ରତିଷ୍ଠା ହୋଇଥିଲାବେଳେ ଉପଭୋକ୍ତାଙ୍କୁ ସୁହାଇଲା ଭଳି ସୁପରଓ୍ବିନ ଆକର୍ଷଣୀୟ ଅଫର ଓ ବୋନସ ପ୍ରଦାନ କରୁଛି। ବିଶେଷକରି ଉକ୍ତ ପ୍ଲାଟଫର୍ମରେ ପଞ୍ଜୀକୃତ ହେବା ମାତ୍ରେ ଉପଭୋକ୍ତାଙ୍କ ଓ୍ବାଲଟେରେ ୧୦୦୦ ଟଙ୍କା ଜମା ହୋଇଥାଏ। ଏପରିକି ପ୍ରଥମ ଜମାରେ ୩୫୦% ଏବଂ ୨ୟ ଜମାରେ ୫୦% ତୁରନ୍ତ କ୍ରେଡିଟ ହୋଇଯିବ ବୋଲି ସୁପର ଓ୍ବାନ୍‌ ପକ୍ଷରୁ ବିସ୍ତୃତ ଭାବେ କୁହାଯାଇଛି।

Share