ବିଗ୍‌ବସ୍‌ ଫିନାଲେ ପାଇଁ ଭାରତ ଫେରିଲେ ଅବ୍ଦୁ

ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ଏବେ ଏହାର ଫିନାଲେ ଓ୍ବିକ୍‌ ପ୍ରସାରିତ ହେଉଛି। ଫେବୃୟାରୀ ୧୨ରେ ଶୋ’କୁ ଏହାର ବିଜେତା ମିଳିବ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ୁଛି। ତେବେ ଫିନାଲେରେ ଅତିଥି ଭାବେ କିଛି ପୂର୍ବ ପ୍ରତିଯୋଗୀମାନେ ଯୋଗଦେବେ ବୋଲି ଜଣାଯାଇଛି। ସେଥିରୁ ଜଣେ ହେଲେ ଅବ୍ଦୁ ରୋଜିକ୍‌। ଅବ୍ଦୁ ନ୍ୟୁୟର୍କରୁ ନିକଟରେ ଫେରିଛନ୍ତି। ସେ ଫିନାଲେରେ ମଣ୍ଡଳୀ ସହ ନୃତ୍ୟ କରିପାରନ୍ତି। ଏହାର ଅର୍ଥ ଦର୍ଶକ ଶିବ ଠାକରେ, ନିମ୍ରିତ, ସୁମ୍ବୁଲ, ଅବ୍ଦୁଙ୍କ ସହ ଏମ୍‌ ସି ଷ୍ଟାନ୍‌ଙ୍କୁ ପରଫର୍ମ କରୁଥିବା ଦେଖିବାକୁ ପାଇବେ।

Share