ବିଗ୍‌ ବସ୍‌ରୁ ବାହାର ହେଲେ ଅବ୍ଦୁ

ବମ୍ବେ: ବିଗ୍‌ ବସ୍‌ରୁ ବାହାର ହୋଇଛନ୍ତି ଚର୍ଚ୍ଚିତ ପ୍ରତିଯୋଗୀ ମଧ୍ୟରୁ ଅନ୍ୟତମ ଅବ୍ଦୁ ରୋଜିକ୍‌। ଚଳିତ ସିଜନ୍‌ରେ ସେ ନିଜର ସରଳପଣ, କ୍ୟୁଟ୍‌ନେସ୍‌କୁ ନେଇ ଜଣାଶୁଣା। ନିଜର ନିଆରା ବ୍ୟକ୍ତିତ୍ୱ ଯୋଗୁ ତାଙ୍କର ପ୍ରଶଂସକ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏମିତିରେ ହଠାତ୍‌ ସେ ଶୋ’ରୁ ବାଦ୍‌ ପଡ଼ିବା ଅନେକଙ୍କୁ ଚକିତ କରିଛି।

ଶନିବାର ପ୍ରସାରିତ ହେବାକୁ ଥିବା ଏପିସୋଡରେ ଅବ୍ଦୁ ଶୋ’ରୁ ବାହାର ହେବେ। କଲର୍ସ ଚ୍ୟାନେଲ ପକ୍ଷରୁ ଏହାର ପ୍ରମୋ ଶେୟାର କରାଯାଇଛି। ଅନ୍ୟ ପ୍ରତିଯୋଗୀଙ୍କଠାରୁ ବିଦାୟ ନେଇ ଅବ୍ଦୁ ଆଖିରେ ଆଖିଏ ଲୁହ ନେଇ ବାହାରକୁ ଆସୁଛନ୍ତି।

ତେବେ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଅବ୍ଦୁ ବାଦ୍‌ ପଡ଼ିଥିବା କୁହାଯାଉଥିବା ବେଳେ ମାତ୍ର ଦୁଇ ଦିନ ପରେ ସେ ପୁନର୍ବାର ଶୋ’କୁ ଫେରିପାରନ୍ତି ବୋଲି କୁହାଯାଉଛି। ହେଲେ ଏହା କେତେ ସତ କେତେ ମିଛ ତାହା ଜଣାପଡ଼ିନାହିଁ।

Share