ବମ୍ବେ: ନିର୍ବନ୍ଧ ଫଟୋ ଶେୟାର କରିବା ପରଠାରୁ ଟ୍ରୋଲ ହେଉଛନ୍ତି ବିଗ୍ ବସ୍ ଫେମ୍ ଅବ୍ଦୁ ରୋଜିକ୍। ଅନେକେ ତାଙ୍କ ଖୁସିରେ ଖୁସି ହୋଇ ଶୁଭେଚ୍ଛା ଜଣାଉଥିବା ବେଳେ କିଛି ତାଙ୍କ ଉଚ୍ଚତାକୁ ନେଇ କମେଣ୍ଟ କରୁଛନ୍ତି। ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅବ୍ଦୁ।
ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ମଜା ଉଡାଉଥିବା ଲୋକଙ୍କୁ ସେ କହିଛନ୍ତି, ଅନେକେ ମୋତେ ଶୁଭେଚ୍ଛା ଜଣାଇଛନ୍ତି ସେମାନଙ୍କୁ ଧନ୍ୟବାଦ। ହେଲେ କିଛି ଲୋକ ମୋ ଉପରେ ହସୁଛନ୍ତି। ଖରାପ କଥା କହୁଛନ୍ତି। ଏହାର ପ୍ରଭାବ ଭାବି ପତ୍ନୀ(ଅମିରା)ଙ୍କ ଉପରେ ପଡ଼ୁଛି। ତାଙ୍କ ପରିବାର ସବୁକିଛି ଦେଖୁଛନ୍ତି। ଗୋଟିଏ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ଲାଗି ବହୁ କଷ୍ଟରେ ମୁଁ ଅମିରାଙ୍କ ପରିବାରକୁ ରାଜି କରାଇଥିଲି। ହେଲେ ଆପଣମାନେ ଭୁଲ କଥା ଲେଖି ମଜା ଉଡାଉଛନ୍ତି। ଏହାକୁ ମିଛ ବୋଲି କହୁଛନ୍ତି। ମୁଁ ଛୋଟ ବୋଲି ବିବାହ କରିପାରିବି ନାହିଁ ବୋଲି ଭାବୁଛନ୍ତି? ଖୁସି ହୋଇପାରିବି ନାହିଁ ବୋଲି ଚାହୁଁଛନ୍ତି। ଅନେକେ ଲୋକ ଦେଖି ପାରନ୍ତି ନାହିଁ, ଯାହାଙ୍କ ଗୋଡ଼ ନ ଥାଏ ହାତ ନ ଥାଏ, ସେମାନେ ବି ବିବାହ କରନ୍ତି। ଭଗବାନଙ୍କ କୃପାରୁ ମୁଁ ସୁସ୍ଥ ଅଛି
କହିରଖୁଛୁ, ଏପ୍ରିଲ ୨୪ରେ ଅବ୍ଦୁ ଅମିରାଙ୍କ ସହ ନିର୍ବନ୍ଧ କରିଛନ୍ତି। ଜୁଲାଇ ୭ରେ ଦୁହେଁ ବିବାହ କରିବେ। ଏଥିରେ ଅନେକେ ସେଲିବ୍ରିଟି ଯୋଗ ଦେବେ ବୋଲି ଆଶା କରାଯାଉଛି। ସଲମାନ ଖାନ ମଧ୍ୟ ପହଞ୍ଚିବେ ବୋଲି ଅବ୍ଦୁ କହିଛନ୍ତି।