Categories: ଜାତୀୟ

ଚାଇନିଜ ହାଜତରେ ଇଲେକ୍ଟ୍ରିକ୍‌ ଶକ ଦିଆଯାଉଥିଲା

ନୂଆଦିଲ୍ଲୀ,୧।୨: ଅରୁଣାଞ୍ଚଳ ପ୍ରଦେଶର ନିଖୋଜ ନାବାଳକ ସୋମବାର ସନ୍ଧ୍ୟାରେ ତାଙ୍କ ପରିବାର ପାଖକୁ ଫେରିଛନ୍ତି। ତାଙ୍କୁ ଚାଇନିଜ ଆର୍ମି ଅପହରଣ କରି ନେଇଥିଲା। ତାରୋନଙ୍କ ଘର ବାହୁଡ଼ା ପାଇଁ ସ୍ଥାନୀୟ ପ୍ରଶାସକ ଓ ପଞ୍ଚାୟତ ନେତାମାନେ ଏକ ଉତ୍ସବ ଆୟୋଜନ କରିଥିଲେ। ଅପର ସିଆଙ୍ଗ ଜିଲାରେ ଆୟୋଜିତ ଉତ୍ସବରେ ପରିବାର ବର୍ଗଙ୍କ ସହ ମିରାମ ତାରୋନଙ୍କୁ ଏକାଠି କରାଇଥିଲା ଭାରତୀୟ ସେନା।

ସେ ଏବେ ବି ଶକରେ ଅଛନ୍ତି। ତାଙ୍କୁ ମାଡ଼ ମରାଯିବା ସହ ଇଲେକ୍ଟ୍ରି ଶକ୍‌ ଦିଆଯାଇଥିଲା। ପ୍ରାୟତଃ ତାଙ୍କ ଆଖି ବାନ୍ଧି ରଖାଯାଉଥିଲା। ତାଙ୍କ ହାତ ବାନ୍ଧି ପଚରାଉଚରା କରାଯାଉଥିଲା। କେବଳ ଖାଇବା ପାଇଁ ତାଙ୍କ ହାତ ଖୋଲା ଯାଉଥିଲା ବୋଲି ମିରାମଙ୍କ ବାପା ଓପାଙ୍ଗ ତାରୋନ କହିଛନ୍ତି।

ମିରାମ (୧୭)ଙ୍କୁ ଜାନୁୟାରୀ ୧୮ ତାରିଖରେ ଲାଇନ୍‌ ଅଫ୍‌ ଆକ୍‌ଚୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ନିକଟସ୍ଥ ଲୁନଗତା ଜୋର ଅଞ୍ଚଳରୁ ଚାଇନିଜ ଆର୍ମି ଅପହରଣ କରିନେଇଥିଲେ। ସେ ସେଠାକୁ ଜନି ୟାୟିଙ୍ଗ ସହ ଶିକାର କରିବା ପାଇଁ ଯାଇଥିଲେ। ଚାଇନିଜ ସେନା କବଳରୁ ୟାୟିଙ୍ଗ ଖସି ପଳାଇବା ପରେ ଘଟଣା ସମ୍ପକରେ ଜଣାଇଥିଲେ ଅଧିକାରୀଙ୍କୁ।

ଗତ ୨୭ ତାରିଖରେ ଚାଇନିଜ ଆର୍ମି ମିରାମଙ୍କୁ ଅଞ୍ଜାଓ୍ବ ଜିଲାର କିବିଥୁରେ ଭାରତୀୟ ସେନାକୁ ହସ୍ତାନ୍ତର କରିଥିଲା। ସେଠାରେ ସେ କ୍ୱାରେଣ୍ଟିନ ସହ ଆଇନଗତ ଔପଚାରିକତା ପୂରଣ କରିଥିଲେ।

 

Share