ରାଜଧାନୀରେ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ପରେ ୧୦ ଲକ୍ଷ ଟଙ୍କା ମାଗିଲେ ଅପହରଣକାରୀ

ଭୁବନେଶ୍ୱର,୨୯।୧୨: ଅପରାଧିକ ଘଟଣା ରୋକିବାକୁ କମିସନରେଟ ପୋଲିସ ଏନକାଉଣ୍ଟର କରିବାର କିଛି ଘଣ୍ଟା ପରେ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଅପରାଧୀ। ଗୁରୁବାର ରାତି ୮ଟା ବେଳେ ପାତ୍ରପଡ଼ା କ୍ରିଷ୍ଣା ବିହାରରୁ ଶଙ୍କର୍ଷଣ ନାମକ କ୍ୟାବ୍ ଡ୍ରାଇଭରଙ୍କୁ କିଛି ଦୁର୍ବୃତ୍ତ ଏକ କାରରେ ଉଠାଇନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ ଅଭିଯୁକ୍ତମାନେ ମାଡ଼ ମାରିବା ସହ ଭିଡିଓ କଲରେ ସେହି ଦୃଶ୍ୟ ସ୍ତ୍ରୀଙ୍କୁ ଦେଖାଇ ୧୦ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ପିଡୀତଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Share