Categories: ଜାତୀୟ

ଏଚ୍‌.ଡି. ରେଭନ୍ନାଙ୍କ ବିରୋଧରେ ଅପହରଣ, ଅସଦାଚରଣ ଅଭିଯୋଗ

ମହୀଶୂର,୪ା୫: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌.ଡି. ରେଭନ୍ନା ତାଙ୍କ ଘରେ ଚାକରାଣୀ ଭାବେ କାମ କରୁଥବା ଜଣେ ମହିଳାଙ୍କୁ ଅପହରଣ କରିନେଇ ଯୌନ ନିର୍ଯାତନା ଦେଇଥିବା ତାଙ୍କ ପୁଅ ଅଭିଯୋଗ ଆଣିଛନ୍ତି। ଅପହରଣରେ ରେଭନ୍ନାଙ୍କର ଜଣେ ପୂର୍ବତନ ସହଯୋଗୀ ସମ୍ପୃକ୍ତ। ଉକ୍ତ ଏତଲା ଆଧାରରେ ରେଭନ୍ନାଙ୍କୁ ଦ୍ୱିତୀୟ ନୋଟିସ୍‌ ଜାରି କରାଯାଇଥିବା କର୍ନାଟକ ଗୃହମନ୍ତ୍ରୀ ଜି. ପରମେଶ୍ୱର ଶୁକ୍ରବାର କହିଛନ୍ତି। ରେଭନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ପୁଅ। ରେଭନ୍ନାଙ୍କ ପୁଅ ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନା ସମ୍ପୃକ୍ତ ଥିବା ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲୋକ ସଭା ନିର୍ବାଚନରେ ହାସନ ଆସନରୁ ଭାଜପା ଏବଂ ଜେଡିଏସ୍‌ର ମିଳିତ ପ୍ରାର୍ଥୀ ହୋଇଥିବା ପ୍ରଜ୍ୱଳ ଜର୍ମାନ ପଳାଇଯାଇଛନ୍ତି।

Share