ହଠାତ୍‌ ଥରେ ଏହି ମହିଳାଙ୍କୁ ଫୋନ୍‌ କରିଥିଲେ ଅବଦୁଲ୍‌ କଲାମ୍‌: ଏବେ ହେଲା ଖୁଲାସା

ନୂଆଦିଲ୍ଲୀ,୨୬।୬: ଲେଖକ, ସାମାଜିକ କର୍ମୀ ତଥା ରାଜ୍ୟ ସଭା ସଦସ୍ୟ ସୁଧା ମୁର୍ତ୍ତୀ ଏକ ବଡ଼ ଖୁଲାସା କରିଛନ୍ତି। ୨୦୦୬ରେ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ହାତରୁ ପଦ୍ମଶ୍ରୀ ନେବା ବେଳର ଫଟୋ ଶେୟାର କରି ସେ କହିଛନ୍ତି, ସେ ଥରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କଠାରୁ ଏକ କଲ ପାଇଥିଲେ, ସେତେବେଳେ ସେ ଏହାକୁ ‘ରଙ୍ଗ୍‌ ନମ୍ବର’ ବୋଲି ଭାବିଥିଲେ।
ସୁଧା କହିଛନ୍ତି, ଦିନେ ମୋତେ ଏକ କଲ ଆସିଲା ଯାହା ଶ୍ରୀ ଅବଦୁଲ କଲାମ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ମୁଁ ଅପରେଟରଙ୍କୁ କହିଲି ଯେ, ଏହା ଏକ ରଙ୍ଗ୍‌ ନମ୍ବର କାରଣ ମୋର ଅବଦୁଲ କଲାମଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । କଲ ହୁଏତ ନାରାୟଣ ମୁର୍ତ୍ତୀଙ୍କ ପାଇଁ ହୋଇପାରେ। କିନ୍ତୁ ସେ କହିଥିଲେ ମୋ ସହ କଥା ହେବେ। ମୁଁ କିନ୍ତୁ ଚିନ୍ତାରେ ପଡିଯାଇଥିଲି ଯେ, ମୁଁ କିଛି ବଡ଼ କାମ କରିଛନ୍ତି କଲାମ ସାହେବ କାହିଁକି ମୋ ସହ କଥା ହେବେ।
ପରେ କଥା ହେବା ପରେ ଜାଣିଲି ଯେ ସେ (କଲାମ) ମୋର ଏକ ସ୍ତମ୍ଭ ପଢି ପ୍ରଶଂସା କରିବାକୁ ଫୋନ୍‌ କରିଥିଲେ। ସେ ‘ଆଇଟି ଡିଭାଇଡ’ ରେ ମୋର ସ୍ତମ୍ଭ ପଢିଥିଲେ ଏବଂ କହିଥିଲେ ଯେ ସେ ଏହାକୁ ବହୁତ ପସନ୍ଦ କରନ୍ତି ଏବଂ ଏହା ଏକ ଚମତ୍କାର ସ୍ତମ୍ଭ। ସେ ମୋର ସ୍ତମ୍ଭ ସବୁବେଳେ ପଢନ୍ତି ବୋଲି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ହନି ଟ୍ରାପ୍‌ରେ ଫସାଇ ଲୁଟୁଛନ୍ତି ରେଷ୍ଟୁରାଣ୍ଟ; ସ୍ନାକ୍ସ, କେକ୍‌, ଥଣ୍ଡା ପିଇ ଯୁବକ ଗଣିଲେ ୧.୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୯।୬: ହନି ଟ୍ରାପ୍‌ରେ ପଡ଼ି କାଙ୍ଗାଳ ହେଲେ ଯୁବକ। ଡେଟିଂ ଆପ୍‌ରେ ସୁନ୍ଦରୀ ଯୁବତୀଙ୍କୁ ପସନ୍ଦ କରି ଠକାମିର ଶିକାର ହେଲେ ସିଭିଲ ସର୍ଭିସ ଆଶାୟୀ।...

ଟି-୨୦ ବିଶ୍ୱକପ୍‌ରେ ଜିତିଲେ ମିଳିବ ଏତେ ଟଙ୍କା, ଆଉ ସେଞ୍ଚୁରୀ ମାରିଲେ…

ନୂଆଦିଲ୍ଲୀ,୨୯।୬: ଟି-୨୦ ବିଶ୍ୱକପ (ଭାରତ ବନାମ ଦକ୍ଷିଣ ଆଫ୍ରିକା ଫାଇନାଲ ୨୦୨୪)ର ଅନ୍ତିମ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତୀୟ...

ଏହିସବୁ ସ୍ଥାନରେ ହେବ ପ୍ରବଳ ବର୍ଷା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ, ୨୯।୦୬: ଉତ୍ତର ପ୍ରଦେଶ, ଦିଲ୍ଲୀ ସମେତ ଉତ୍ତର ଭାରତରେ ମୌସୁମୀ ପହଞ୍ଚିଛି । ଏହାର ପ୍ରଭାବରୁ ବିଭିନ୍ନ ରାଜ୍ୟରେ ଏବେ ବର୍ଷା ଜାରି ରହିଛି...

ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଗିରଫ ଘଟଣା, ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ, ୨୯।୦୬: ମଦ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଜି ରାଉଜ୍‌ ଆଭେନ୍ୟୁ କୋର୍ଟରେ ହାଜର...

ଭାଜପାର ଟେନ୍‌ସନ୍‌ ବଢ଼ାଇଲା ଜେଡିୟୁ, କେନ୍ଦ୍ର ସରକାରଙ୍କ ଆଗରେ ରଖିଦେଲା ଏହି ବଡ଼ ଦାବି

ପାଟନା,୨୯ା୬: ଦିଲ୍ଲୀରେ ଅନୁଷ୍ଠିତ ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭା ଏମ୍‌ପି ସଞ୍ଜୟ କୁମାର ଝା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି।...

ଏଣିକି କାମରେ ଖିଲାପ କଲେ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର, କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯।୬:ଏଣିକି ସରକାରୀ ଅଫିସରେ କାମ ଠିକ୍‌ ଭାବରେ ନ କଲେ ସମୟ ପୂର୍ବରୁ ସେବାନିବୃତ କରାଯିବ। ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି କେନ୍ଦ୍ର। କର୍ମଚାରୀ...

ଜେଡିୟୁ ବୈଠକରେ ବଡ଼ ଘୋଷଣା, ଝାଡ଼ଖଣ୍ଡରେ ନିର୍ବାଚନ ଲଢ଼ିବେ ନୀତୀଶ ଟିମ୍‌

ନୂଆଦିଲ୍ଲୀ, ୨୯।୦୬: ଦିଲ୍ଲୀରେ ବସିଥିବା ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଦଳର ସୁପ୍ରିମୋ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ...

ସଞ୍ଜୟଙ୍କୁ ବଡ଼ ଦାୟିତ଼୍ବ, ହେଲେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୨୯।୦୬: ରାଜଧାନୀ ଦିଲ୍ଲୀରେ ବସିଥିବା ଜନତା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri