ହଠାତ୍‌ ଥରେ ଏହି ମହିଳାଙ୍କୁ ଫୋନ୍‌ କରିଥିଲେ ଅବଦୁଲ୍‌ କଲାମ୍‌: ଏବେ ହେଲା ଖୁଲାସା

ନୂଆଦିଲ୍ଲୀ,୨୬।୬: ଲେଖକ, ସାମାଜିକ କର୍ମୀ ତଥା ରାଜ୍ୟ ସଭା ସଦସ୍ୟ ସୁଧା ମୁର୍ତ୍ତୀ ଏକ ବଡ଼ ଖୁଲାସା କରିଛନ୍ତି। ୨୦୦୬ରେ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ହାତରୁ ପଦ୍ମଶ୍ରୀ ନେବା ବେଳର ଫଟୋ ଶେୟାର କରି ସେ କହିଛନ୍ତି, ସେ ଥରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କଠାରୁ ଏକ କଲ ପାଇଥିଲେ, ସେତେବେଳେ ସେ ଏହାକୁ ‘ରଙ୍ଗ୍‌ ନମ୍ବର’ ବୋଲି ଭାବିଥିଲେ।
ସୁଧା କହିଛନ୍ତି, ଦିନେ ମୋତେ ଏକ କଲ ଆସିଲା ଯାହା ଶ୍ରୀ ଅବଦୁଲ କଲାମ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ମୁଁ ଅପରେଟରଙ୍କୁ କହିଲି ଯେ, ଏହା ଏକ ରଙ୍ଗ୍‌ ନମ୍ବର କାରଣ ମୋର ଅବଦୁଲ କଲାମଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । କଲ ହୁଏତ ନାରାୟଣ ମୁର୍ତ୍ତୀଙ୍କ ପାଇଁ ହୋଇପାରେ। କିନ୍ତୁ ସେ କହିଥିଲେ ମୋ ସହ କଥା ହେବେ। ମୁଁ କିନ୍ତୁ ଚିନ୍ତାରେ ପଡିଯାଇଥିଲି ଯେ, ମୁଁ କିଛି ବଡ଼ କାମ କରିଛନ୍ତି କଲାମ ସାହେବ କାହିଁକି ମୋ ସହ କଥା ହେବେ।
ପରେ କଥା ହେବା ପରେ ଜାଣିଲି ଯେ ସେ (କଲାମ) ମୋର ଏକ ସ୍ତମ୍ଭ ପଢି ପ୍ରଶଂସା କରିବାକୁ ଫୋନ୍‌ କରିଥିଲେ। ସେ ‘ଆଇଟି ଡିଭାଇଡ’ ରେ ମୋର ସ୍ତମ୍ଭ ପଢିଥିଲେ ଏବଂ କହିଥିଲେ ଯେ ସେ ଏହାକୁ ବହୁତ ପସନ୍ଦ କରନ୍ତି ଏବଂ ଏହା ଏକ ଚମତ୍କାର ସ୍ତମ୍ଭ। ସେ ମୋର ସ୍ତମ୍ଭ ସବୁବେଳେ ପଢନ୍ତି ବୋଲି କହିଥିଲେ।

 

Share