ପାକିସ୍ତାନ ଆଣବିକ ବୋମା ଜନକ ଅବ୍ଦୁଲ କାଦିରଙ୍କ ପରଲୋକ…

ଇସଲାମାବାଦ୍‌,୧୦।୧୦: ପାକିସ୍ତାନର ଆଣବିକ ବୋମା ଜନକ ଅବ୍ଦୁଲ୍‌ କାଦିର ଖାଁଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। କିଛି ଦିନ ତଳେ ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଶନିବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଇସଲାମାବାଦ୍‌ ସ୍ଥିତ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଆଣବିକ ବୋମା ନିର୍ମାଣ ପରେ ତାଙ୍କୁ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୧୯୩୬ ଏପ୍ରିଲ୍‌ ୧ରେ ସେ ଭୋପାଳରେ ଜନ୍ମଗ୍ରହଣ କରିଥିଲେ।

Share