Advertisement

ଆଜମ ଖାନଙ୍କୁ ପୁଣି ବଡ଼ ଝଟ୍‌କା

ଲକ୍ଷ୍ନୌ,୧୫।୨: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପରେ ଏବେ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି। ୟୁପି ବିଧାନସଭା ସଚିବାଳୟ ଅବଦୁଲ୍ଲା ଆଜମଙ୍କ ଆସନ ଖାଲି ପଡିଥିବା ଘୋଷଣା କରିଛି। ସୋମବାର ମୋରାଦାବାଦର ଏକ ସ୍ବତନ୍ତ୍ର କୋର୍ଟ ଏସପି ସାଧାରଣ ସମ୍ପାଦକ ଆଜମ ଏବଂ ତାଙ୍କ ବିଧାୟକ ପୁଅ ଅବଦୁଲ୍ଲା ଆଜମଙ୍କୁ ୧୫ ବର୍ଷ ପୁରୁଣା ମାମଲାରେ ଦୁଇ ବର୍ଷ ଦଣ୍ଡିତ କରିଛନ୍ତି।
ଅବଦୁଲ୍ଲା ରାମପୁରର ସୁଆର ଆସନରୁ ବିଧାୟକ ଥିଲେ। ଲୋକ ପ୍ରତିନିଧୀ ଅଧିନିୟମ କହୁଛି, ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ଦଣ୍ଡ ତାରିଖରୁ ଅଯୋଗ୍ୟ କରାଯିବ ଏବଂ ଜେଲରେ ରହିବା ପରେ ଏହି ଅଯୋଗ୍ୟତା ୬ ବର୍ଷ ପର୍ଯ୍ୟନ୍ତ ଜାରି ରହିବ। ଆଜମ ଅକ୍ଟୋବର ୨୦୨୨ରେ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share