୪ ଘଣ୍ଟା ପାରୋଲରେ ଗଲେ ଅବଦୁର ରେହେମାନ

ଚୌଦ୍ୱାର,୨୪ା୬(ଡି.ଏନ୍‌.ଏ): ମା’ଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ସଂଦିଗ୍ଧ ଆତଙ୍କବାଦୀ ଅବ୍‌ଦୁର ରେହେମାନ ଦିଲ୍ଲୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବୁଧବାର ଚୌଦ୍ୱାର ଜେଲ୍‌ରୁ ଜଗତପୁର ପୋଲିସ ସହାୟତାରେ ତାଙ୍କ ଘର ଉକ୍ତ ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛକୁ ପାରୋଲରେ ପଠାଯାଇଛି। ୪ଘଣ୍ଟା ପାଇଁ ମା’ଙ୍କ ଶେଷ ଦର୍ଶନ ପାଇଁ ସେ ପାରୋଲ ନେଇଥିବା ଚୌଦ୍ୱାର ଜେଲ ସୁପରିଟେଣ୍ଡେଣ୍ଟ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ସକାଳ ୯ଟା ସମୟରେ ଚୌଦ୍ୱାର ଜେଲରୁ ରେହେମାନ ବାହାରିଥିବା ସେ କହିଛନ୍ତି।

ସୂଚନା ଅନୁଯାୟୀ, କମିଶନରେଟ ପୋଲିସ ଓ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ ୨୦୧୬ ମସିହା ଡିସେମ୍ବର ୧୫ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଗ୍ରାମରୁ ସଂନ୍ଦିଗ୍ଧ ରେହେମାନକୁ ଗିରଫ କରିଥିଲା। ଏହାସହ ସେ ଅଲକାଏଦା ଇଣ୍ଡିଅନ ସବ୍‌କଣ୍ଟିନେଟ(ଏକ୍ୟୁଆଇଏସ୍‌)ର ସଦସ୍ୟ ବୋଲି ଜଣାପଡିଥିଲା ଏବଂ ସେ ଓଡିଶାରେ ଏହି ସଂଗଠନରେ ନୂତନ କର୍ମକର୍ତ୍ତା ସାମିଲ କରିବା ଦାୟିତ୍ୱ ନିଭାଇବା ସହ ନେତୃତ୍ୱ ନେଉଥିଲା ବୋଲି ସେତେବେଳେ ପୋଲିସ ପ୍ରକାଶ କରିଥିଲା ।

Share