ଆବେଲ ପୁରସ୍କାର-୨୦୨୪

ଗଣିତ ପାଇଁ ଏକ ଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରସ୍କାର ହେଉଛି ଆବେଲ ପୁରସ୍କାର। ନରଓ୍ବେର ବିଖ୍ୟାତ ଗଣିତଜ୍ଞ ବିଲ୍‌ସ ହେରେନିକ୍‌ ଆବେଲଙ୍କ ନାମାନୁସାରେ ଏହା ନାମିତ ହୋଇଛି। ଆବେଲଙ୍କ ଦ୍ୱିଶତ ଜନ୍ମବାର୍ଷିକୀ ଉପଲକ୍ଷେ ନରଓ୍ବେ ସରକାର ଏହାକୁ ୨୦୦୨ ମସିହାରେ ସ୍ଥାପିତ କରିଛନ୍ତି ଏବଂ ୨୦୦୩ ମସିହାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହାକୁ ନୋବେଲ ପୁରସ୍କାର ସହ ସମତୁଲ୍ୟ କରାଯାଏ। ପୁରସ୍କାର ରାଶିର ପରିମାଣ ହେଉଛି ଏକ ନିୟୁତ ଆମେରିକୀୟ ଡଲାର। ନରଓ୍ବେ ବିଜ୍ଞାନ ଓ ସାହିତ୍ୟ ଏକାଡେମୀ ପୁରସ୍କୃତ ବ୍ୟକ୍ତିଙ୍କୁ ବାଛି ଥାଆନ୍ତି। ୨୦୨୪ ମସିହା ପର୍ଯ୍ୟନ୍ତ ପୃଥିବୀର ୨୭ ଜଣ ଗଣିତଜ୍ଞଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଚଳିତ ବର୍ଷ ପାଇଁ ଫ୍ରାନ୍‌ସର ପ୍ୟାରିସ୍‌ସ୍ଥିତ ଫରାସୀ ଜାତୀୟ ବିଜ୍ଞାନ ଗବେଷଣା କେନ୍ଦ୍ରର ପ୍ରଫେସର ମାଇକେ ତାଲାଗ୍ରାଣ୍ଡଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି। ସମ୍ଭାବନା ତତ୍ତ୍ୱ ଏବଂ ଫଳନାତ୍ମକ ବିଶ୍ଳେଷଣରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କର କାର୍ଯ୍ୟ ଗାଣିତିକ ପଦାର୍ଥ ବିଜ୍ଞାନ ଓ ପରିସଂଖ୍ୟାନରେ ବିଶେଷ ପ୍ରୟୋଗ ହେଉଛି।
ସୂଚନାଯୋଗ୍ୟ ଯେ ସପ୍ତଦଶ ଶତାବ୍ଦୀରେ ଜୁଆ ଖେଳରୁ ସମ୍ଭାବନା ତତ୍ତ୍ୱର ଉଦ୍ଭବ ହୋଇଛି ଏବଂ ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ କରୁଥିବା ଦୁଇ ଜଣ ଗଣିତଜ୍ଞ ଥିଲେ ଫ୍ରାନ୍ସର ପିଏରି ଫର୍ମା ଏବଂ ବ୍ଲେସ୍‌ ପାସ୍କେଲ। ମାଇକେଲ ତାଲାଗ୍ରାଣ୍ଡ ଗଣିତର ଏହି ଶାଖାରେ ଯାଦୁଚ୍ଛିକ ପ୍ରକ୍ରିୟାକୁ ବୁଝିବା ଓ ଏହା ଉପରେ କାମ କରିବା ପାଇଁ ସୂତ୍ର ଆବିଷ୍କାର କରିଛନ୍ତି। ସରଳ ଭାଷାରେ କହିଲେ, ଯାଦୁଚ୍ଛିକତା ହେଉଛି ଏକ ପ୍ରକାର ଅନିଶ୍ଚିତତା। ଆମ ଚାରିପଟେ ଆମେ ଏହାକୁ ଦେଖିଥାଉ ଏବଂ ଆମ ଜୀବନରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ଏଣୁ ଏହାକୁ ବୁଝି ତଦନୁଯାୟୀ କାର୍ଯ୍ୟ କରିବାର ଆବଶ୍ୟକତା ଅଛି। ଉଦାହରଣ ସ୍ବରୂପ ପାଣିପାଗର ପୂର୍ବାନୁମାନ ଏବଂ ବଡ଼ ବଡ଼ ଭାଷା ମଡେଲରେ ଯାଦୁଚ୍ଛିକ ଗଣନା ବ୍ୟବହୃତ ହେଉଛି।
ଆଧୁନିକ ପୃଥିବୀରେ ଅନେକ ଯାଦୁଚ୍ଛିକ ଘଟଣା ପ୍ରବାହ ଦେଖାଯାଉଛି ଏବଂ ଏହାକୁ ଭଲ ଭାବରେ ବୁଝିବା ଦ୍ୱାରା ତାହା ବ୍ୟବସାୟଠାରୁ ଆରମ୍ଭକରି ଘନୀଭୂତ ବସ୍ତୁ ପଦାର୍ଥ ବିଜ୍ଞାନ ଉପରେ ସୁଫଳ ଦେଇଥାଏ। ତାଲାଗ୍ରାଣ୍ଡଙ୍କ କାର୍ଯ୍ୟ ପରିସଂଖ୍ୟାନର ଗାଭସୀୟ ବଣ୍ଟନ ବା ନର୍ମାଲ ବଣ୍ଟନ ଉପରେ ସଂଶ୍ଳିଷ୍ଟ। ଏହାର ଆକାର ଘଣ୍ଟି ଆକୃତିର ହୋଇଥିବାରୁ ଏହାକୁ ‘ବେଲ୍‌ କର୍ଭ’ କୁହାଯାଏ। ଜନ୍ମ ସମୟରେ ଶିଶୁମାନଙ୍କର ଓଜନ, ଛାତ୍ରୀଛାତ୍ରମାନେ ପରୀକ୍ଷାରେ ପାଉଥିବା ନମ୍ବର ଏବଂ ଖେଳାଳିମାନଙ୍କର ଅବସର ବୟସ ଆଦି ଗାଭସୀୟ ବଣ୍ଟନରେ ପ୍ରକାଶ କରାଯାଇଥାଏ।
ଆବେଲ ପୁରସ୍କାର କମିଟିର ଅଧ୍ୟକ୍ଷ ପ୍ରଫେସର ହେଲ୍‌ଗେ ହୋଲ୍‌ଡନ ନିଜର ପ୍ରତିକ୍ରିୟାରେ କହିଛନ୍ତି, ‘ତାଲାଗ୍ରାଣ୍ଡ ହେଉଛନ୍ତି ଜଣେ ଅସାଧାରଣ ଗଣିତଜ୍ଞ ଏବଂ ଜଣେ ବିଶିଷ୍ଟ ଅଙ୍କ ସମାଧାନକାରୀ ବ୍ୟକ୍ତି। ଯାଦୁଚ୍ଛିକ ଏବଂ ବିଶେଷଭାବେ ଗାଭସୀୟ ପ୍ରକ୍ରିୟାକୁ ବୁଝିବା ଉପରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ତାଙ୍କର କାର୍ଯ୍ୟ ସମ୍ଭାବନା ତତ୍ତ୍ୱର ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି। ପୁନଶ୍ଚ ସ୍ପିନ୍‌ ଗ୍ଲାସର ମୁକ୍ତି ଶକ୍ତି ପାଇଁ ବିଖ୍ୟାତ ପ୍ୟାରିସ ସୂତ୍ରର ପ୍ରମାଣ ଦେଇ ସେ ନିଜର ଖ୍ୟାତି ବଢ଼ାଇଛନ୍ତି।’ ସୂଚନାଯୋଗ୍ୟ ଯେ ଇଟାଲୀର ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀ ଜର୍ଜିଓ ପାରିସି ୧୯୭୯ ମସିହାରେ ସ୍ପିନ୍‌ ଗ୍ଲାସର ସୂତ୍ର ଆବିଷ୍କାର କରିଥିଲେ ଏବଂ ସେଥିପାଇଁ ତାଙ୍କୁ ୨୦୨୧ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ମାଇକେଲ ତାଲାଗ୍ରାଣ୍ଡ ଫ୍ରାନ୍‌ସରେ ୧୯୫୨ ମସିହା ଫେବୃଆରୀ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୭୭ ମସିହାରେ ପ୍ୟାରିସ ବିଶ୍ୱବିଦ୍ୟାଳୟରୁ ଗଣିତରେ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ସେ ଯୁକ୍ତରାଷ୍ଟ୍ର ଆମେରିକାର ଓହିଓ ରାଜ୍ୟ ବିଶ୍ୱବିଦ୍ୟାଳୟରେ କିଛି ବର୍ଷ କାର୍ଯ୍ୟ କରିଥିଲେ। ସେ ବିବାହିତ ଏବଂ ତାଙ୍କର ଦୁଇ ପୁତ୍ର ଅଛନ୍ତି। ସେ ଫ୍ରାନସ ବିଜ୍ଞାନ ଏକାଡେମୀର ସଭ୍ୟ ମଧ୍ୟ ଅଛନ୍ତି। ସେ ନିଜର ଓ୍ବେବସାଇଟ୍‌ରେ ଗଣିତ ପଜଲ ଦେଇ ଛାତ୍ରୀଛାତ୍ରମାନଙ୍କୁ ଏହାର ସମାଧାନ କରିବା ପାଇଁ ଆହ୍ବାନ ଦେଇଥାଆନ୍ତି। ଆବେଲ ପୁରସ୍କାର ବ୍ୟତୀତ ସେ ଲୋଏଭେ ପୁରସ୍କାର (୧୯୯୫), ଫର୍ମା ପୁରସ୍କାର (୧୯୯୭), ସାଓ ପୁରସ୍କାର (୨୦୧୯) ଏବଂ ଆହୁରି ଅନେକ ପୁରସ୍କାର ପାଇଛନ୍ତି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

ଅଖରୋଟ୍‌ ଖାଇଲେ ମିଳେ ଏସବୁ ଫାଇଦା

ଅଖରୋଟ୍‌ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ...

କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ...

ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ...

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri