ମହାପ୍ରଭୁଙ୍କ ଅବଢ଼ାର ହେବ ମାନ ଯାଞ୍ଚ: ରୋଷ ଘରକୁ ଯାଉଥିବା….

ଭୁବନେଶ୍ୱର,୨୭।୯: ଏଣିକି ଶ୍ରୀମନ୍ଦିରରେ ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ମାନ ଯାଞ୍ଚ କରିବା ପାଇଁ ଫୁଡ ଇନ୍ସପେକ୍ଟର ନିଯୁକ୍ତ ହେବେ, ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ସରଥିବା ମନ୍ତ୍ରୀ କହିଛନ୍ତି।
ତେବେ କେବଳ ଅବଢ଼ା ନୁହେଁ, ଘିଅର ମଧ୍ୟ ମାନ ଯାଞ୍ଚ ମଧ୍ୟ କରାଯିବ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷେ, ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଯେଭଳି ମହାପ୍ରସାଦମାନ ନେଇ ଅଭିଯୋଗ ନ ଆସେ  ସେ ନେଇ  ମାନ ପରୀକ୍ଷଣ ଜରୁରୀ ବୋଲି  ମନ୍ତ୍ରୀ କହିଛନ୍ତି।
ତେବେ କିଛିଦିନ ପରେ  ଶୁଖିଲା ଭୋଗ ଓ ଘିଅର ମଧ୍ୟ ମାନ ପରୀକ୍ଷା କରାଯିବ। ଏନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯିବ । ବିଶେଷ କରି ଭୋଗର ମାନ ଏବଂ ଏଥିରେ ବ୍ୟବହୃତ ସମଗ୍ର ସାମଗ୍ରୀ ବାବଦରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ରହିବ । ଶ୍ରୀମନ୍ଦିର ଭିତରକୁ ଯେପରି ଅଶୁଦ୍ଧ ସାମଗ୍ରୀ ନ ଯିବ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଉଥିବା  ମନ୍ତ୍ରୀ ହରିଚନ୍ଦନ  ସୂଚନା ଦେଇଛନ୍ତି।  ତିରୁପତି ମନ୍ଦିରରେ ହୋଇଥିବା କେଳେଙ୍କାରୀ ପରେ ପ୍ରଶାସନ ତତ୍ପର ହୋଇପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରୁ ନୂଆ ନିୟମ: ଆଉ ୩ ମାସରେ ଥରେ ମିଳିବନି ରାସନ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୧।୧୨: ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ରାସନ ମିଳିବ। ଏନେଇ ଶନିବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।...

୨୮ରେ ସମ୍ବଲପୁର ଆସିବେ ଶାହା

ଭୁବନେଶ୍ୱର,୨୧।୧୨: ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୮ରେ ସେ ସମ୍ବଲପୁର ଗସ୍ତ କରିବେ। ଏନେଇ ଶନିବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର...

ଶୁଝିପାରିଲେନି ଲୋନ୍‌, ଘର ସିଲ୍‌ କଲା ବ୍ୟାଙ୍କ

ହିଞ୍ଜିଳିକାଟୁ,୨୧ା୧୨: ବ୍ୟାଙ୍କରୁ ଘର ବନ୍ଧକ ରଖି ଆଣିଥିଲେ ଋଣ। ବ୍ୟାଙ୍କର ବାରମ୍ବାର ସୂଚନା ସତ୍ତ୍ବେ ଦୀର୍ଘଦିନ ଧରି ଋଣ ଟଙ୍କା ଶୁଝି ନ’ପାରିବାରୁ ଋଣଖିଲାପକାରୀଙ୍କ ଘରକୁ...

କାଲିଠୁ କମିବ ବର୍ଷା

ଭୁବନେଶ୍ୱର,୨୧।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ରବିବାରଠାରୁ ବର୍ଷାର ପରିମାଣ କମିବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର...

ଚତୁର୍ଥ ପର୍ଯ୍ୟାୟରେ ‘ସୁଭଦ୍ରା ଟଙ୍କା’ ପାଇବେ ୨୦ ଲକ୍ଷ ମହିଳା, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା…

ଭୁବନେଶ୍ୱର,୨୧।୧୨: ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଉପରୁ ହଟିଛି ପରଦା। ଏବେ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ କରାଯାଉଛି। ଯାଞ୍ଚ ସରିଲେ...

ଦୁର୍ବଳ ହେଉଛି ଅବପାତ, ଖୋର୍ଦ୍ଧାରେ ସବୁଠୁ ଅଧିକ ବର୍ଷା

ଖୋର୍ଦ୍ଧା,୨୧ା୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହି ଅବପାତଟି ଆସନ୍ତା ୧୨ ଘଣ୍ଟା ଭିତରେ ଦୁର୍ବଳ ହେବା ନେଇ ଭୁବନେଶ୍ୱର...

ଟ୍ରଲର ଡ୍ରାଇଭର, ମତ୍ସ୍ୟଜୀବୀଙ୍କ ଘରୁ ହଟୁନି ଭିଏଚ୍‌ଏଫ୍‌ ଟାୱାର

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କଇଁଛଙ୍କ ପାଇଁ...

ଅବପାତରେ ପରିଣତ ହେଲା ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର,୨୧।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri