Categories: ଜାତୀୟ

ଜ୍ଞାନବାପି ମାମଲାର ମସଜିଦ୍‌ ପକ୍ଷକାର ଆଇନଜୀବୀ ଅଭୟ ନାଥଙ୍କ ପରଲୋକ …

ଲକ୍ଷ୍ନୌ,୧।୮ : ଜ୍ଞାନବାପି ଶୃଙ୍ଗାର ଗୌରୀ ମାମଲାରେ ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟି ପକ୍ଷକାରଙ୍କ ମୁଖ୍ୟ ଆଇନଜୀବୀ ଅଭୟ ନାଥ ଯାଦବଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ରବିବାର ରାତି ପ୍ରାୟ ୧୦ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ।

ସ୍ବାସ୍ଥ୍ୟ ଅଧିକ ଖରାପ ହେବା ସହିତ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ପକ୍ଷରୁ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Share