Categories: ଜାତୀୟ

ଅଭୟ ଚୌଟାଲାଙ୍କୁ ହତ୍ୟା ଧମକ

ଚଣ୍ଡିଗଡ,୧୯।୭: ହରିୟାଣାର ଭାରତୀୟ ଜାତୀୟ ଲୋକଦଳ ପାର୍ଟି ମହାସଚିବ ତଥା ବିଧାୟକ ଅଭୟ ଚୌଟାଲାଙ୍କୁ ହତ୍ୟା ଧମକ ଦିଆଯାଇଛି। ବିଦେଶୀ ନମ୍ବରରୁ ତାଙ୍କଙ୍କୁ ଏହି ଧମକ ଦିଆଯାଇଛି। ଏ ନେଇ ସେ ଜିନ୍ଦ ସଦର ପୋଲିସ ଷ୍ଟେଶନରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହି ଧମକ ପାଇବା ପରେ ଅଭୟଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ସହ ଅତିରିକ୍ତ ପୋଲିସ ଗାଡି ନିୟୋଜିତ କରାଯାଇଛି।
ଅଭୟଙ୍କୁ ହତ୍ୟା ଧମକ ଦିଆଯିବାବେଳେ ସେ ଜିନ୍ଦର ଲଳିତ ଖେଡା ଗ୍ରାମେର ପରିବର୍ତ୍ତନ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ପାଖରେ ରଖାଯାଇଥିବା ମୋବାଇଲ ଫୋନରେ ବିଦେଶୀ ନମ୍ବରରୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା।

Share