Posted inଖେଳ

ଅଭିମନ୍ୟୁ ଈଶ୍ୱରନ ଭାରତ ‘ଏ’ ଅଧିନାୟକ

ମୁମ୍ବାଇ, ୭ା୧(ପି.ଟି.): ଭ୍ରମଣକାରୀ ଇଂଲଣ୍ଡ ଲାୟନ୍ସ ବିପକ୍ଷ ୪ ଦିନିଆ ମ୍ୟାଚ ପାଇଁ ଶନିବାର ୧୩ ଜଣିଆ ଭାରତ ‘ଏ’ କ୍ରିକେଟ ଦଳ ଘୋଷଣା କରାଯାଇଛି। ବେଙ୍ଗଲ ଭେଟେରାନ ଅଭିମନ୍ୟୁ ଈଶ୍ୱରନଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଦୁଇ ଦଳ ମଧ୍ୟରେ ଏକ ଦୁଇଦିନିଆ ମ୍ୟାଚ ଜାନୁୟାରୀ ୧୨-୧୩ରେ ଅହମଦାବାଦରେ ଖେଳାଯିବ। ପରେ ଜାନୁୟାରୀ ୧୭ରୁ ୨୦ ଚାରିଦିନିଆ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜନ କରାଯାଇଛି। ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ସାଇ ସୁଦର୍ଶନ, ରଜତ ପଟିଦାର, କେ.ଏସ୍‌. ଭରତ ଓ ନବଦୀପ ସଇନି। ଭାରତ ‘ଏ’ ଦଳ ଦକ୍ଷିଣ ଆଫ୍ରିକା ଟୁର୍‌ରୁ ଫେରିଛି। ଦଳ ସେଠାରେ ଦୁଇଟି ଅନ୍‌ ଅଫିସିଆଲ ଟେଷ୍ଟ ମ୍ୟାଚ ଖେଳିଛି। ଉଭୟ ମ୍ୟାଚ ଡ୍ର’ ଭାବେ ଶେଷ ହୋଇଛି। ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ସିରିଜରେ ଭରତଙ୍କୁ ଅଧିନାୟକ ମନୋନୀତ କରାଯାଇଥିଲା। ଏହି ଦଳରେ ଈଶ୍ୱରନ ମଧ୍ୟ ଅନ୍ୟତମ ସଦସ୍ୟ ଥିଲେ। ସେ କେବଳ ଗୋଟିଏ ଗେମ୍‌ ଖେଳିବାର ସୁଯୋଗ ପାଇଥିଲେ ଏବଂ ୧୮ ରନ କରିଥିବାବେଳେ ଭରତ ମାତ୍ର ୬ ରନ ସ୍କୋର କରିଥିଲେ। ଦକ୍ଷିଣ ଆଫ୍ରିକାରେ ଭାରତ ‘ଏ’ର ଟପ୍‌ ସ୍କୋରର ଥିଲେ ପ୍ରଦୋଷ ରଞ୍ଜନ ପଲ୍‌। ସେ ୧୬୩ ରନ କରିଥିଲେ। ତାଙ୍କୁ ଇଂଲଣ୍ଡ ଲାୟନ୍ସ ବିପକ୍ଷ ସିରିଜ ପାଇଁ ମନୋନୀତ କରାଯାଇଛି। ଏହି ସିରିଜରେ ତାଙ୍କର ପ୍ରଦର୍ଶନ କିପରି ରହୁଛି ତାହା ଲକ୍ଷ୍ୟ କରିବାର କଥା।

ଭାରତ ‘ଏ’ ଦଳ: ଅଭିମନ୍ୟୁ ଈଶ୍ୱରନ (ଅଧିନାୟକ), ସାଇ ସୁଦର୍ଶନ, ରଜତ ପଟିଦାର, ସର୍ଫରାଜ ଖାନ୍‌, ପ୍ରଦୋଷ ରଞ୍ଜନ ପଲ୍‌, କେ.ଏସ୍‌. ଭରତ (ଉଇକେଟକିପର), ମାନବ ସୁଥର, ପୁଲକିତ ନାରଙ୍ଗ, ନବଦୀପ ସଇନି, ତୁଷାର ଦେଶପାଣ୍ଡେ, ବିଦ୍ୟାଥ କାଭେରାପ୍ପା, ଧ୍ରୁବ ଜୁରେଲ୍‌ (ଉଇକେଟକିପର) ଓ ଆକାଶ ଦୀପ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

୧୪ ବର୍ଷ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭବିଷ୍ୟବାଣୀ କରିଥିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୧୮।୧୦: ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ନିରାଶାଜନକ ବ୍ୟାଟିଂର ସାକ୍ଷୀ ହୋଇଛି। ୪୬ ସ୍କୋରରେ ପୂରା ଦଳ...

IPL 2025 ମେଗା ଅକ୍ସନର ଆସିଲା ତାରିଖ! ଜାଣନ୍ତୁ କେବେ ହେବ ଏହାର ଆୟୋଜନ

ନୂଆଦିଲ୍ଲୀ,୧୮।୧୦: IPL 2025 ର ମେଗା ନିଲାମକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି। ଏବେ ଏହାର ତାରିଖ ପ୍ରକାଶ ପାଇଛି। ଏହା କୁହାଯାଉଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri