Categories: ଖେଳ

ଟିମ୍‌ ଇଣ୍ଡିଆର ପୂର୍ବତନ ସଦସ୍ୟଙ୍କ ଅବସର

ମୁମ୍ବାଇ,୭।୧୦: ଭାରତୀୟ ଦଳର ପୂର୍ବତନ ସଦସ୍ୟ ଅଭିମନ୍ୟୁ ମିଥୁନ ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। କର୍ନାଟକର ପେସର ଭାରତ ପାଇଁ ୪ ଟେଷ୍ଟ (୯ ଉଇକେଟ) ଓ ୫ ଦିନିକିଆ (୩ ଉଇକେଟ) ଖେଳିଥିଲେ। ୨୦୧୦ରେ ତାଙ୍କୁ ଉଭୟ ଫର୍ମାଟରେ ମିଳିଥିଲା ପଦାର୍ପଣ ସୁଯୋଗ।

ଅନ୍ତର୍ଜାତୀୟ କ୍ରିକେଟରେ ବିଶେଷ ସୁଯୋଗ ପାଇ ନ ଥିବା ମିଥୁନ କର୍ନାଟକ ପାଇଁ ୧୦୩ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୬.୬୩ ହାଜରେ ୩୩୮ ଉଇକେଟ ହାତେଇଥିଲେ। ୯୬ଟି ଲିଷ୍ଟ ଏ ଓ ୭୪ ଟି୨୦ ମ୍ୟାଚ୍‌ରେ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ”ମୁଁ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଛି। ଏହା ମୋ ପାଇଁ ସବୁଠୁ ବଡ଼ ସଫଳତା। ଜୀବନ ସାରା ଏହା ମନେ ରହିବ“ ବୋଲି ମିଥୁନ ଅବସର ଘୋଷଣା ବେଳେ କହିଛନ୍ତି।

Share