Advertisement
Categories: ଜାତୀୟ

ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରନ୍ତି ଅଭିନନ୍ଦନ

ନୂଆଦିଲ୍ଲୀ,୨୦।୪: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର ଅନୁମତି ନେବାକୁ ପଡିବ। ବାୟସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ବେଙ୍ଗାଲୁରଠାରେ ଅଭିନନ୍ଦନଙ୍କୁ କେତେ ଗୁଡିଏ ପରୀକ୍ଷା ଦେବାକୁ ପଡିବ। ଏହାପରେ ତାଙ୍କୁ ଯୁଦ୍ଧ ବିମାନ ଉଡାଇବାକୁ ଅନୁମତି ମିଳିବ। ସୂଚନାଯୋଗ୍ୟ, ଗତ ଫେବୃୟାରୀରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା କରିଥିବା ବିମାନ ଆକ୍ରମଣରେ ଅଭିନନ୍ଦନଙ୍କର ମୁଖ୍ୟ ଭୂମିକା ଥିଲା। ଆଉ ପାକିସ୍ତାନ ସେନାଙ୍କ ହାତରେ ଧରାପଡି ସେ ସେଠାରେ ଖୁବ୍‌ କଷ୍ଟ ସହିବା ପରେ ପାକିସ୍ତାନ ସେନା ତାଙ୍କୁ ଭାରତକୁ ସମର୍ପଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share